ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଘଟଣା: ଆଉ ୨୭ଜଣଙ୍କୁ ଗିରଫ କଲା ଘଟଗାଁ ବନ ବିଭାଗ

ଘଟଗାଁ(କେନ୍ଯୁଜ୍): ଗଛ କାଟି ୨୭ ଗିରଫ । ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଘଟଣାରେ ଆଉ ୨୭ଜଣଙ୍କୁ ଗିରଫ କରିଛି ଘଟଗାଁ ବନ ବିଭାଗ । ପୂର୍ବରୁ ଏହି ଘଟଣାରେ ୯ଜଣଙ୍କୁ ଗିରଫ କରଯାଇଥିଲା ।

ମେଲାଣ, ପାଲବଣି ଗାଁର କିଛି ଲୋକ ନିକଟ ଅରେଇ ସଂରକ୍ଷିତ ଜଙ୍ଗଲ ତଳିବେଡା ପାର୍ଶ୍ୱରୁ ପ୍ରାୟ ୫ଏକର ଜଙ୍ଗଲ କାଟି ସଫା କରିଥିଲେ । ଶତାଧିକ ଲୋକ ଜଙ୍ଗଲରେ ଏକାଠି ହୋଇ ଗଛ କାଟୁଥିବା ଖବର ପାଇବା ପରେ ଅଭିଯୁକ୍ତଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.