ନୂଆଦିଲ୍ଲୀ: ମିସ୍ ଓ୍ୱାର୍ଲ୍ଡ ୨୦୨୧ ସ୍ଥଗିତ । ମିସ୍ ଇଣ୍ଡିଆ ମନାସା ସମେତ ୧୭ ପ୍ରତିଯୋଗୀ କରୋନା ପଜିଟିଭ। ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତାର ଉଦଯାପନୀ ଦିବସ ସେନଜୁୟାନର ଡି ପିୟୁର୍ଟୋ ରିକୋରେ ହେବାର ଥିଲା।
ମାତ୍ର ଏହା ପୂର୍ବରୁ ଏହାକୁ ସ୍ଥଗିତ କରିଦିଆଯାଇଛି। ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମିସ୍ ଓ୍ୱାର୍ଲ୍ଡର ଆୟୋଜକ। ୧୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ଫଳରେ ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ଜଣ ଆଇସୋଲେସନରେ ଅଛନ୍ତି। ଆଗାମୀ ୯୦ ଦିନ ମଧ୍ୟରେ ଉକ୍ତ ସ୍ଥାନରେ ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତା କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଗତ କିଛି ଦିନ ତଳେ ମିସ୍ ୟୁନିଭର୍ସ ପ୍ରତିଯୋଗିତା ସମାପ୍ତ ହୋଇଛି। ୨୧ ବର୍ଷ ପରେ ଭାରତକୁ ମିଳିଛି ମିସ୍ ୟୁନିଭର୍ସ ମୁକୁଟ। ଭାରତକୁ ମିଳିଛି ମିସ ୟୁନିଭର୍ସ ଟାଇଟେଲ । ପଞ୍ଜାବର ୨୧ ବର୍ଷୀୟା ହରନାଜ ସନ୍ଧୁ ହୋଇଛନ୍ତି ମିସ୍ ୟୁନିଭର୍ସ।