ଭଲ ଉଦ୍ଦେଶ୍ୟ ରଖି ମିଛ କହିଲେ ଆପଣ ହୋଇଥାନ୍ତି ପାପର ଭାଗିଦାରୀ, ଜାଣନ୍ତୁ
ଉପନିଷେଦ ଠୁ ଆରମ୍ଭ କରି ଦର୍ଶନ ଶାସ୍ତ୍ର ପର୍ଯ୍ୟନ୍ତ କର୍ମକୁ ନେଇ ବିସ୍ତାର ରୂପେ ଲେଖାଯାଇଛି। ଏହା ମୁତାବିକ ଆତ୍ମା ଯେବେ ଶରୀର ଛାଡି ଥାଏ ସେତେବେଳେ ତା’ର ଭବିଷ୍ୟତର ଫଇସଲା ଏକ ନିର୍ଦ୍ଦିଷ୍ଟ ଆଧାରରେ ହୋଇଥାଏ। ତାହା ହେଉଛି ବ୍ୟକ୍ତିର କଲା କର୍ମ। ଯଦି ବ୍ୟକ୍ତି ତା’ କର୍ମର ୫୦% ରୁ ଅଧିକ ପୁଣ୍ୟ କରିଥାଏ ତେବେ ତାକୁ ପୁଣି ଥରେ ମନୁଷ୍ୟ ଶରୀର ମିଳିଥାଏ। ଆଉ ଯଦି ବ୍ୟକ୍ତି ଜଣକ ୧୦୦% ଭଲ କାମ କରିଥାଏ, ତେବେ ତାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ।
ଏହାର ଅର୍ଥ ଯିଏ ବୁଝିଛି ସିଏ ପୁଣ୍ୟ କରିବାରେ ନିଜକୁ ବ୍ୟସ୍ତ ରଖିଥାଏ। ଯାହାଦ୍ୱାରା ମୃତ୍ୟୁ ପରେ ବି ତାକୁ କଷ୍ଟ ମିଳିନଥାଏ। ଶାସ୍ତ୍ରରେ କିନ୍ତୁ କିଛି ଏମିତି କଥା ରହିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶାସ୍ତ୍ରରେ ମିଛ କହିବାକୁ ସବୁଠୁ ବଡ଼ ପାପ ମନାଯାଏ।
ଶାସ୍ତ୍ର ମତ ଅନୁସାରେ ବ୍ୟକ୍ତି ଜଣଙ୍କୁ କୌଣସି ପରିସ୍ଥିତିରେ ବି ମିଛ କହିବା ଉଚିତ ନୁହେଁ। କିନ୍ତୁ ଭଗବାନଙ୍କ କଥା ଧ୍ୟାନକୁ ଆସିଲେ ମନେପଡେ ଯେ ସ୍ୱଂୟ ଭଗବାନ ଶ୍ରୀକୃଷ୍ଣ ମିଛ କହିଥିଲେ। କିନ୍ତୁ ତା ପଛରେ କାରଣ ତଥା ଉଦ୍ଦେଶ୍ୟ ଭଲ ଥିଲା। ଅର୍ଥାତ ସେ ଧର୍ମ ଓ ନ୍ୟାୟ ପାଇଁ ତଥା ସମସ୍ତଙ୍କ ଭଲ ପାଇଁ ମିଛ କହିଥିଲେ। କିନ୍ତୁ ଶାସ୍ତ୍ରରେ ଏହି ମିଛକୁ ପାପରର ଅନ୍ତର୍ଭୁକ୍ତ କରାଯାଇଛି।
ଭଲ କାମ ପାଇଁ ବି ଯଦି ଆପଣ ମିଛ କହୁଛନ୍ତି ତେବେ ପାପର ଅନ୍ତର୍ଭୁକ୍ତ ହେବେ। ଯଦି ଆପଣ କାହାକୁ ରକ୍ଷା କରିବାକୁ ଯାଇ ତା’ ପାଇ ମିଛ କହୁଛନ୍ତି ତେବେ ବି ଆପଣ ପାପର ଭାଗିଦାର ହେବେ । କିନ୍ତୁ ଉଦ୍ଦେଶ୍ୟ ଭଲ ଥିଲେ ପାପର ଭାର କିଛି ମାତ୍ରାରେ କମିଯିବ। ଏହାକୁ ମିଶ୍ରିତ କର୍ମ କୁହାଯାଏ । ମାନେ ଏଥିରେ ପାପ ଓ ପୁଣ୍ୟ ଉଭୟର ଭାଗ ରହିଥାଏ।
ଗରୁଡ଼ ପୁରାଣରେ ମଧ୍ୟ ମିଛ କହିବାକୁ ପାପର ଶ୍ରେଣୀରେ ରଖାଯାଇଛି। ଏହାଦ୍ୱାରା ନର୍କରେ ମିଳିବାକୁ ଥିବା ପୀଡ଼ା ସମ୍ପର୍କରେ ମଧ୍ୟ ଲେଖାଯାଇଛି। ଏହାପରେ ବି ଲୋକମାନେ ଆଜିର ସମୟରେ କଥା କଥାରେ ମିଛ କହୁଛନ୍ତି । ନିଜର ସ୍ୱାର୍ଥ ହାସଲ ପାଇଁ ଏସବୁକୁ ହେୟ ମନେ କରୁଛନ୍ତି। ମିଛ କହିବାକୁ ଭୟ ମଧ୍ୟ କରୁନାହାଁନ୍ତି। ବରଂ ଆଜିର ସମୟରେ ମିଛ କହିବା, ଲୋକଙ୍କୁ ଠକିବା ଏସବୁ କାମ ବେଶି ବଢ଼ିବାରେ ଲାଗିଛି। ତେଣୁ ଭଗବାନଙ୍କୁ ଟିକେ ଡରନ୍ତୁ। ଏସବୁରୁ ଆପଣ ନିଜକୁ ବିରତ ରଖନ୍ତୁ।