ଶୀତୁଆ ପାଗରେ ଫଣା ଟେକି ବସିଛନ୍ତି ୩ କୋବ୍ରା, ଲାଗୁଛି ଯେମିତି କରୁଛନ୍ତି ଜରୁରୀ ମିଟିଂ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ଲୋକଙ୍କର ପିଳେହି ପାଣି ହୋଇଯାଏ। କାରଣ ସାପ ଏକ ଭୟଙ୍କର ଜୀବ। ଏହା ବିଷାକ୍ତ ହୋଇଥିବାରୁ ଲୋକମାନେ ସାପ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ତେବେ ଗୋଟିଏ ସାପ ଦେଖିବା ମାତ୍ରେ ତ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ। କିନ୍ତୁ ଥରେ ଚିନ୍ତା କଲେ ଯଦି ଆପଣଙ୍କୁ ଏକା ସାଙ୍ଗରେ ୩-୩ଟି ସାପ ଦେଖା ହୋଇଯାଆନ୍ତି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ। ନିଶ୍ଚୟ ଭାବେ ଆପଣ ଭୟରେ ସ୍ଥାନ ଛାଡ଼ି ଦୌଡ଼ି ପଳାଇବେ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ୩ଟି ସାପ ପରସ୍ପରକୁ ଚାହାଁ ଚାହିଁ ହୋଇ ବସିଥିବା ଦେଖାଯାଇଛି। ସାପଙ୍କୁ ଦେଖିଲେ ଲାଗୁଛି ସତରେ ଯେମିତି ସେମାନଙ୍କ ମଧ୍ୟରେ ମିଟିଂ ଚାଲିଛି। ଏବେ କାର ଶୀତ ପାଗରେ ସାପମାନେ ବି ନିଜ ନିଜ ଭିତରେ ମଜ୍ଜି ଯାଇଥିବା ଦେଖାଯାଇଛି। ଭିଡିଓରେ ତିନି ଜଣଯାକ ସାପ ପରସ୍ପରକୁ ଅନାଉଥିବା ବେଳେ ଗୋଟିଏ ଜିଭ ଲହ ଲହ କରୁଛି, ଯାହା ଦେଖିଲେ ଖୁବ୍‌ ଭୟାନକ ଲାଗୁଛି।

 

View this post on Instagram

 

A post shared by SACHIN AWASTHI (@helicopter_yatra_)

ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓକୁ ହେଲିକପ୍ଟର ଯାତ୍ରା ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓରେ ଲୋକମାନେ ମଧ୍ୟ ବେଶ୍‌ ମଜାଳିଆ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଫଟୋରେ କମେଣ୍ଟ କରିଛନ୍ତି – ଦୁଇ ଜଣ ଯୁଦ୍ଧ ପାଇଁ ପ୍ରସ୍ତୁତ ଆଉ ଜଣେ ଅମ୍ପାୟାରିଂ କରୁଛନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ଏମାନଙ୍କର ବୋଧେ ଏବେ ଶୀତ ଅଧିବେଶନ ଚାଲିଛି। ଭିଡିଓରେ ଏବେ ଯାଏଁ ୯୦୦୦ରୁ ଅଧିକ ଲାଇକ୍‌ ମିଳିଥିବା ନଜର ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.