୨୨ ଦିନରେ ଦେଶ ଓ ବିଦେଶରେ ୨୨ଟି ଜୁଏଲେରୀ ସୋରୁମ ଖୋଲିବ ମାଲବାର ଗ୍ରୁପ

ବେଙ୍ଗାଲୁରୁ(କେନ୍ୟୁଜ୍): ଭାରତର ତଥା ବିଶ୍ୱର ଜଣାଶୁଣା ଜୁଏଲାରୀ କମ୍ପାନୀ ମାଲବାର ଗୋଲଡ଼ ଏବଂ ଡାଇମଣ୍ଡ ନୂତନ ବର୍ଷ ଉପଲକ୍ଷେ ଆଣୁଛି ନୂଆ ଉପହାର । ୨୨ ଦିନରେ ୨୨ଟି ନୂଆ ଷ୍ଟୋର ଖୋଲିବ ଏହି କମ୍ପାନୀ ।   ଦେଶ ତଥା ଦେଶ ବାହାରେ ନୂତନ ଭାବେ ଖୋଲିବାକୁ ଯାଉଥିବା ଏହି ୨୨ଟି ଷ୍ଟୋର ଚଳିତ ଜାନୁଆରୀ ମାସ ୮ ତାରଖରେ ଶୁଭାରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ । ଯାହାକି ଗୋଟିଏ ମାସର ଖୋଲିବା ଭାରତର ପ୍ରଥମ ଗୋଲଡ଼ ଏବଂ  ଡାଇମଣ୍ଡ ଗ୍ରୁପ କମ୍ପାନୀ । ଗତକାଲି ମାଲବାର ଗ୍ରୁପ ପକ୍ଷରୁ କେରଳ ଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଗ୍ରୁପ ଅଧ୍ୟକ୍ଷ ଏମ ପି ଅହମଦଙ୍କ ସମେତ ଉପାଧ୍ୟକ୍ଷ କେପି ଅବଦୁଲ ସଲାମ, ଅନ୍ତର୍ଜାତୀୟ ଏମଡି ସମନାଲ ଆକବର ସମେତ ଜାତୀୟ ଏମ ଡି ଓ ଗ୍ରୁପର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗ୍ରୁପ ଅଧ୍ୟକ୍ଷ ଅହମଦ ସାମ୍ବାଦିକ ସମ୍ମିଳନୀରେ ମାଲବାର ଗ୍ରୁପ ଦେଶର ପ୍ରଥମ ଜୁଏଲେରୀ କମ୍ପାନୀ ଯାହାକି ଗୋଟିଏ ମାସରେ ଭାରତର ବିଭିନ୍ନ ସହରରେ ୧୦ଟି ଓ ଭାରତ ବାହାରେ ଅନ୍ୟ ୪ଟି ଦେଶରେ ୧୨ଟି  ମୋଟ ୨୨ଟି ସୋରୁମ ଖୋଲିବାକୁ ଯାଉଛି ।  ଏଥିପାଇଁ ୮୦୦ କୋଟି ଟଙ୍କା  ଖର୍ଚ୍ଚ ହେବ । ପୃଥିବୀର ଏକ ବୃହତମ ଜୁଏଲେରୀ ସୋରୁମ କରିବା ଲକ୍ଷ ଥିବା କହିଛନ୍ତି ମାଲବାର ଗ୍ରୁପ ଅଧ୍ୟକ୍ଷ ଅହମଦ । କମ୍ପାନୀର ୭୫୦ଟି ଷ୍ଟୋର ଖୋଲିବା ଟାର୍ଗେଟ ଥିବା ସହିତ ରିଟେଲ, ମାନୁଫେକ୍ଚରିଂ,ଟେକନିକାଲ ଏବଂ ମ୍ୟାନେଜେମେଣ୍ଟରେ ମୋଟ ୫୦୦୦  ନିଯୁକ୍ତି ସୃଷ୍ଟି କରିବ ବୋଲି ଗ୍ରୁପ ଅଧ୍ୟକ୍ଷ ଅହମଦ ସୂଚନା ଦେଇଛନ୍ତି ।

ଓଡ଼ିଶାର ଭୁବନେଶ୍ଵରରେ ଏକ ଷ୍ଟୋର ଥିବା ବେଳେ ଆଉ ଦୁଇଟି ଷ୍ଟୋର କମ୍ପାନୀ ଖୋଲୁବାକୁ ଯାଉଛି । ୨୮ ବର୍ଷର ଏହି ଯାତ୍ରା ଭିତରେ ଆମେ ଗ୍ରାହକଙ୍କ ମନ ଜିନିବାରେ ସକ୍ଷମ ହେବା ସହ ଗ୍ରାହକ ମାନେ ମାଲବାରକୁ ବେଶ ପସନ୍ଦ କରିଛନ୍ତି । ତେବେ ଏହି ନୂତନ ଭାବେ ୨୨ ଟି ଷ୍ଟୋର ଖୋଲିବା ଦ୍ୱାରା ଆହୁରି ଗ୍ରାହକ ମାନଙ୍କ ସୁବିଧା ହେବ ବୋଲି ସୂଚନା ଦେବା ସହ କହିଛନ୍ତି ଯେ ଆମେ ସବୁବେଳେ transparency, trust, quality ଏବଂ service ଉପରେ ଅଧିକ ଗୁରୁତ୍ୱ ଦେଉ । ଏଥି ସହିତ କମ୍ପାନୀ ତାର ଲାଭର୫ ପ୍ରତିଶତ ଚାରିଟିକୁ ପ୍ରଦାନ କରୁଛି।  ଆମର ମିଶନ ହେଲା Make in India ଏବଂ Market to the world ବୋଲି କହିଛନ୍ତି ମାଲବାର ଗ୍ରୁପ ଅଧ୍ୟକ୍ଷ ଅହମଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.