ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି । ଭାରତ ବଜାରରେ ଲଞ୍ଚ କରିଛି ଅନର ୮ସି ସ୍ମାର୍ଟଫୋନ୍ । ଏହାର ବଜାର ପ୍ରବେଶ ପରେ ରେଡ଼ମି ନୋଟ୬ ପ୍ରୋ, ରିଏଲମି ୟୁ୧ ଏବଂ ଓପୋ ଏ୭କୁ ସ୍ମାର୍ଟଫୋନକୁ ଏହା ଟକ୍କର ଦେଉଥିବା ଜଣାପଡ଼ିଛି। ଅନର ୮ସି ମୋବାଇଲରେ କ୍ବାଲକମ୍ ସ୍ନାପଡ଼୍ରାଗନ୍ ୬୩୨ ପ୍ରୋସେସର ରହିଥିବା ବେଳେ ୪୦୦୦ଏମଏଏଚ୍ ବ୍ୟାଟେରୀ ରହିଛି। ଏହି ସ୍ମାର୍ଟଫୋନକୁ ଦମଦାର ଟକ୍କର ଦେଉଛି ରେଡ଼ମି ନୋଟ ୬ ପ୍ରୋ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ସ୍ମାର୍ଟଫୋନର ଫିଚର ଏବଂ ମୂଲ୍ୟ । କିଏ କାହାକୁ କେତେ ମାତ୍ରାରେ ଦେଉଛି ଟକ୍କର।
-ଅନର ୮ସିର ଡ଼ିସପ୍ଳେ ୬.୨୬ ଇଞ୍ଚ ଏଚଡ଼ି+ ରହିଥିବା ବେଳେ ଆସ୍ପେକ୍ଟ ରେସିଓ ରହିଛି ୮୬.୯ ପ୍ରତିଶତ। ସେହିଭଳି ରେଡ଼ମି ନୋଟ ୬ ପ୍ରୋ ସ୍ମାର୍ଟଫୋନର ଡ଼ିସପ୍ଳେ ୬.୨୬ ଇଞ୍ଚ ଏଚଡ଼ି+ ରହିଥିବା ବେଳେ ଆସ୍ପେକ୍ଟ ରେସିଓ ରହିଛି ୧୯.୯ ପ୍ରତିଶତ।
-ଅନର ଏବଂ ରେଡ଼ମି ସ୍ମାର୍ଟଫୋନର ଷ୍ଟୋରେଜ୍ ପାଖାପାଖି ସମାନ ରହିଛି। ଅନର ୮ସିରେ ୪ଜିବି ରାମ ସହ ୩୨ ଏବଂ ୬୪ ଜିବି ଦିଆଯାଇଥିବା ବେଳେ ରେଡ଼ମି ନୋଟ ୬ ପ୍ରୋରେ ଦୁଇଟି ଷ୍ଟୋରେଜ୍ ରହିଛି। ରେଡ଼ମିର ୪/୬ଜିବି ରାମ୍ ସହ ୩୨/୬୪ ଜିବି ଷ୍ଟୋରେଜ୍ ।
-ଅନର ୮ସିର ବ୍ୟାଟେରୀ ୪୦୦୦ ଏମଏଏଚ୍ ବ୍ୟାଟେରୀ ରହିଥିବା ବେଳେ ରେଡ଼ମୀ ନୋଟ ୬ପ୍ରୋରେ ମଧ୍ୟ ୪୦୦୦ଏମଏଏଚ୍ ବ୍ୟାଟେରୀ ରହିଛି।
-ଦୁଇଟି ମୋବାଇଲରେ ଦମଦାର ରହିଛି। ଅନର ୮ସି ଫୋନ ଏଲିଡ଼ି ଫ୍ଳାସ ସହ ୧୩ ମେଗାପିକ୍ସଲ ପ୍ରାଇମେରି ଏବଂ ୨ ମେଗାପିକ୍ସଲ ସେକେଣ୍ଡାରୀ କ୍ୟାମେରା ରହିଛି। ଏଥିସହ ଫ୍ରଣ୍ଟ କ୍ୟାମେରା ରହିଛି ୮ ମେଗାପିକ୍ସଲ। ସେହିଭଳି ରେଡ଼ମି ନୋଟ ୬ପ୍ରୋ ୧୨ ମେଗାପିକ୍ସଲ ଏବଂ ୫ ମେଗାପିକ୍ସଲ ଦୁଇଟି ରେଆର କ୍ୟାମେରା ରହିଥିବା ବେଳେ ଫ୍ରଣ୍ଟ ରହିଛି ୨୦ ଏବଂ ୨ ମେଗାପିକ୍ସଲ।
-ଅନର ୮ସିର ୪/୩୨ଜିବିର ମୂଲ୍ୟ ୧୧,୯୯୯ ଟଙ୍କା ରହିଥିବା ବେଳେ ୬୪ ଜିବି ଭ୍ୟାରିଏଣ୍ଟର ମୂଲ୍ୟ ରହିଛି ୧୨,୯୯୯ଟଙ୍କା। ଅପରପକ୍ଷରେ ରେଡ଼ମି ନୋଟ ୬ପ୍ରୋର ୩/୩୨ ଜିବିର ମୂଲ୍ୟ ୧୩,୯୯୯ ଟଙ୍କା ରହିଥିବା ବେଳେ ୪/୬୪ ଜିବିର ରହିଛି ୧୫,୯୯୯ଟଙ୍କା।