ଭୁବନେଶ୍ବରର ପିଚ୍ଛା ଛାଡୁନି କଣ୍ଟେନମେଣ୍ଟ: ଆଜି ପୁଣି ୩ ଜୋନର ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱରରେ ପୁଣି ବଢିଲା କଣ୍ଟେନମେଣ୍ଟ ଜୋନ। ବିଏମସିର ତିନିଟି ଜୋନରେ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସାଉଥ ଇଷ୍ଟ ଜୋନରେ ୟୁନିଟ ୯ର ୨ଟି କ୍ୱାର୍ଟର, ସତ୍ୟନଗରର ଗୋଟିଏ ଫ୍ଲାଟ, ଲକ୍ଷ୍ମୀସାଗର ୨ଟି ପ୍ଲଟ ଓ ଶ୍ରୀରାମ ନଗରର ଗୋଟିଏ ପ୍ଲଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସାଉଥ ୱେଷ୍ଟ ଜୋନରେ ଆଇଆରସି ଭିଲେଜର ୟୁବିଆଇର ପ୍ରଥମ ମହଲାକୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି। ନର୍ଥ ଜୋନରେ ନହରକଣ୍ଟାର ଏକ ଫ୍ଲାଟ, ମୈତ୍ରୀ ବିହାରର ଏକ ଫ୍ଲାଟ, ପଟିଆ ସଂପର୍କ ବିହାରର ଏକ ଫ୍ଲାଟ ଓ ପଟିଆ ରିଗାଲ ଡୋଭ ଆପାର୍ଟମେଣ୍ଟର ଏକ ଫ୍ଲାଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

କୋଭିଡ ସଂକ୍ରମଣ ବଢିବା ପରେ ବିଏମସି ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ସମୟ ମଧ୍ୟରେ ବାହାରୁ କାହାକୁ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିପରି କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଆସିବା ମନା। ବିଏମସି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଡାକ୍ତରୀ ସୁବିଧା ଯୋଗାଇ ଦେବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.