ପରିବାରରେ ପଞ୍ଚାୟତ ରାଜନୀତି: ନିର୍ବାଚନ ରଣାଙ୍ଗନରେ ଗୋଟିଏ ଘରୁ ଲଢେଇ କରିବେ ସ୍ବାମୀ ସ୍ତ୍ରୀ ଓ ନଣନ୍ଦ

କରଞ୍ଜିଆ(କେନ୍ୟୁଜ୍):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ବିଭିନ୍ନ ଦଳ ପକ୍ଷରୁ  ପ୍ରାଥି ମାନେ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ପାନ ଦୋକାନରୁ ଚା ଦୋକାନ ପର୍ଯ୍ୟନ୍ତ ସବୁଠି ନିର୍ବାଚନ ଚର୍ଚ୍ଚା । ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ଗୋଟିଏ ପରିବାରୁ ଅନେକ ପ୍ରାର୍ଥୀ ଭିନ୍ନ ଭନ୍ନ ଦଳରୁ ଲଢୁଛନ୍ତି ତ କେଉଁଠି ଭାଇ ଭାଇ ଆଲଗା ହୋଇ ପଞ୍ଚାୟତ ନିର୍ବାଚନରେ  ପ୍ରାର୍ଥୀ ହୋଇଛନ୍ତି । ଏଭଳି ଏକ ମଜାଦାର  ଘଟଣା  ମୟୁରଭଞ୍ଜ ଜିଲ୍ଲାର ଆସିଛି।  ଗୋଟିଏ ପରିବାରରୁ ୩ ଜଣ ସଦସ୍ୟ ତ୍ରିସ୍ତରୀୟ ନିର୍ବାଚନ ଲଢ଼ୁଛନ୍ତି । ଏହି ପରିବାରକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି ।

ରରୁଆ ବ୍ଲକ ଅନ୍ତର୍ଗତ ତିଳକୋଟି ପଞ୍ଚୟତରେ ସ୍ୱାମୀ ମନ ରଞ୍ଜନ ତିରିଆ  ଓ ସ୍ତ୍ରୀ ମିନୁ ଚାତାର ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏବେ ସରପଞ୍ଚ ମଧ୍ୟ ଅଛନ୍ତି ମିନୁ ଚାତାର । ଚଳିତ ବର୍ଷ ତ୍ରିସ୍ତରୀୟ ନିର୍ବାଚନରେ ଗୋଟିଏ ପଞ୍ଚାୟତରୁ ସ୍ବାମୀ ଓ ସ୍ତ୍ରୀ ପ୍ରାର୍ଥୀ ହେଇଛନ୍ତି  । ମଇଦାନରେ ସରପଞ୍ଚ ପଦବୀ ପାଇଁ  ଲଢ଼େଇ ହେବ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ।

ଏମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ଭାବେ ଇଚ୍ଛା ପ୍ରକାଶ କରୁଥିବାରୁ ନିର୍ବାଚନର ଛିଡା ହୋଇଛନ୍ତି ତ ଆଉ ଜଣେ  ଲୋକଙ୍କ ଆଗ୍ରହକୁ ନେଇ ସରପଞ୍ଚ ପ୍ରାର୍ଥୀ  ହେଇଛନ୍ତି । କେବଳ ଭାଇ ଭାଉଜ ନୁହଁନ୍ତି  ନଣନ୍ଦ ବି ଏହି  ନିର୍ବାଚନ ଲଢ଼ୁଛନ୍ତି । ନଣନ୍ଦ   ଅନ୍ନପୂର୍ଣ୍ଣା ଚାତାର ଯଶିପୁର ବ୍ଲକର ୪୧ ଜୋନରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଜିଲ୍ଲାପରିଷଦ ପ୍ରାର୍ଥୀ  ଟିକେଟ ଦିଆଯାଇଛି । ସେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ହେଇ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି ।  ତେବେ ଏହି ଭାଇ ଓ ଭାଉଜ ମଧ୍ୟରେ ନିର୍ବାଚନ ଲଢେଇରେ  କିଏ ନିର୍ବାଚନ ମଇଦାନରେ ମୁକୁଟ ପିନ୍ଧିବ ତାହା ଦେଖିବାକୁ ବାକି ରହିଲା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.