ପୁରୀ(କେନ୍ୟୁଜ୍): ଭାଉଜଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ ଉଲଗ୍ନ ହୋଇ ଠେଲାପେଲା କରିବା ଅଭିଯୋଗରେ ପୁରୀ ତାଳବଣିଆ ଥାନା ଦିଅରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କାଳିଆ ଓରଫ ଜିତେନ୍ଦ୍ର ପାଣି।
ଜମିବାଡି ବିବାଦକୁ କେନ୍ଦ୍ର କରି ବିନୋବା ନଗରର କାଳିଆ ନିଜ ବଡ଼ଭାଇଙ୍କ ଘରକୁ ଯାଇ ଭାଉଜଙ୍କୁ ଗାଳିଗୁଲଜ କରିବା ସହ ୨ଲକ୍ଷ ଟଙ୍କା ଦାବୀ କରିଥିଲା। ଏ ନେଇ ଭାଉଜ ସଂଯୁକ୍ତା ପଲେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜିତେନ୍ଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଛି।