ହଜି ଯାଇଛି କି SBI କାର୍ଡ! ଏହି ପ୍ରକାର SMS ଦ୍ୱାରା କରି ପାରିବେ ବ୍ଲକ

ଦେଶରେ ବ୍ୟାଙ୍କ ଠକେଇ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଠକମାନେ ନୂଆ ନୂଆ ଉପାୟରେ ଲୋକମାନଙ୍କୁ ଠକାମିର ଶିକାର ବନାଉଛନ୍ତି। ଆଜିକା ସମୟରେ ଯଦି ଆପଣ ସମାନ୍ୟ ବି ଅସାବଧାନ ରୁହନ୍ତି, କି ଛୋଟିଆ ଭୁଲ୍‌ କରି ବସନ୍ତି, ତା’ ହେଲେ ଆପଣଙ୍କୁ ବଡ଼ କ୍ଷତି ହୋଇପାରେ। ଆପଣ ଠକାମିର ଶିକାର ହୋଇ ପାରନ୍ତି। ଯଦିଓ କିଛି ଜିନିଷ ଉପରେ ଧ୍ୟାନ ରଖି ଆପଣ ଅନଲାଇନ୍ ଠକେଇରୁ ରକ୍ଷା ପାଇ ପାରିବେ। ଯଦି ଆପଣଙ୍କର ଏସବିଆଇ କ୍ରେଡିଟ୍ କାର୍ଡ କେଉଁଠି ହଜି ଯାଇଛି କିମ୍ବା କେହି ଚୋରି କରି ନେଇ ଯାଇଛି, ତା’ ହେଲେ ଏହାକୁ ତୁରନ୍ତ ବ୍ଲକ କରି ଦେବା ଉଚିତ୍, ନଚେତ୍ କେହି ଏହାର ଅପବ୍ୟବହାର କରି ଆପଣଙ୍କ ଟଙ୍କା ଉଠାଇ ନେଇ ପାରିବ। ଆପଣ ଅନେକ ଉପାୟରେ ଏସବିଆଇ କାର୍ଡକୁ ବ୍ଲକ କରି ପାରିବେ। ଖାସ୍‌ କଥା ହେଉଛି ଯେ ଆପଣ ଏକ SMS ଜରିଆରେ ବି ଏସବିଆଇ କାର୍ଡକୁ ବ୍ଲକ କରି ପାରିବେ।

SMS ଜରିଆରେ ବ୍ଲକ ହୋଇଥାଏ ଏସବିଆଇ କାର୍ଡ

କ’ଣ ଆପଣ ଜାଣନ୍ତି କି, ଆପଣ ବ୍ୟାଙ୍କକୁ ଏକ ସାଧାରଣ SMS ପଠାଇ ମଧ୍ୟ ନିଜର ଏସବିଆଇ କାର୍ଡକୁ ବ୍ଲକ କରି ପାରିବେ? ଏହି ମେସେଜ ପଠାଇବା ବହୁତ ସହଜ। ଆସନ୍ତୁ ଜାଣିବା ପ୍ରକ୍ରିୟା। ଆପଣ କାର୍ଡକୁ ବ୍ଲକ କରିବା ପାଇଁ BLOCK XXXX ଲେଖି 5676791 ନମ୍ବରକୁ ପଠାଇ ଦିଅନ୍ତୁ। ଏଠାରେ XXXX ହେଉଛି ଆପଣଙ୍କ କାର୍ଡ ନମ୍ବରର ଶେଷ ୪ ଅଙ୍କ। କ୍ରେଡିଟ୍ କାର୍ଡ ସହିତ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ SMS ପଠାଇବା ସୁନିଶ୍ଚିତ କରନ୍ତୁ।

କଣ୍ଟାକ୍ଟଲେସ୍ କାର୍ଡରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିବା ଉପରେ ପିନ୍‌ ଆବଶ୍ୟକ ନାହିଁ

କହି ରଖୁଛୁ କି, କଣ୍ଟାକ୍ଟଲେସ୍ ଟେକ୍ନୋଲୋଜି ସହିତ ସଜ୍ଜିତ କାର୍ଡରେ ‘ଟ୍ୟାପ୍ ଆଣ୍ଡ ପେ’ର ସୁବିଧା ମଧ୍ୟ ମିଳିଥାଏ। ଅର୍ଥାତ୍ କାର୍ଡକୁ ସ୍ୱାଇପ୍‌ ନ କରି ପିଓଏସ୍‌ ମେଶିନରେ କେବଳ ଟ୍ୟାପ୍‌ କରି ପେମେଣ୍ଟ କରାଯାଇ ପାରିବ। କଣ୍ଟାକ୍ଟଲେସ୍ କାର୍ଡରେ ବିନା ପିନ୍‌ ଦେଇ ଆପଣ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.