ସ୍ୱାମୀଙ୍କୁ ଛାଡ଼ି ପୁଷ୍ପା ଫିଲ୍ମର ସୁପରହିଟ୍ ଗୀତରେ ଏହି ଅଭିନେତାଙ୍କ ସହ ଡ୍ୟାନ୍ସ କଲେ ଶ୍ରଦ୍ଧା ଆର୍ଯ୍ୟ, ଦେଖନ୍ତୁ ଭିଡିଓ
ଟିଭି ସିରିଏଲ୍ କୁଣ୍ଡଲି ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। କିଛି ସପ୍ତାହ ପୂର୍ବରୁ, ଶ୍ରଦ୍ଧା ଆର୍ଯ୍ୟ ବିବାହ ବନ୍ଧରେ ବାନ୍ଧି ହୋଇଥିଲେ। ନିକଟରେ ସେ ତାଙ୍କ ସିରିଏଲ ପାଇଁ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି। ଶ୍ରଦ୍ଧା ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଛନ୍ତି। ଆଜି ଶ୍ରଦ୍ଧା ଆର୍ଯ୍ୟ ତାଙ୍କ କୋ-ଷ୍ଟାର ଧୀରଜ ଧୁପରଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଲୋକମାନେ ବାରମ୍ବାର ଦେଖିସାରିଲେଣି। ଏହି ଭିଡିଓରେ ଧୀରଜ ଧୁପର ଏବଂ ଶ୍ରଦ୍ଧା ଆର୍ଯ୍ୟ ପରସ୍ପର ସହ ନାଚୁଥିବାର ନଜର ଆସୁଛନ୍ତି।
ଦେଖନ୍ତୁ ଭିଡିଓ:
View this post on Instagram
ସାମ୍ନାକୁ ଆସିଥିବା ଏହି ଭିଡିଓରେ ଉଭୟ କଳାକାର ପୁଷ୍ପା ଫିଲ୍ମର ସୁପରହିଟ୍ ଗୀତ ‘oo antava’ ଉପରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଭିଡିଓରେ ଶ୍ରଦ୍ଧା ଆର୍ଯ୍ୟ ଏବଂ ଧୀରଜ ଧୁପର ଏକ ପଞ୍ଜାବୀ ଗେଟଅପରେ ନଜର ମଧ୍ୟ ଆସିଛନ୍ତି। ଉଭୟ ସିରିଏଲ କୁଣ୍ଡଲି ଭାଗ୍ୟର ସେଟ୍ ରେ ନାଚୁଛନ୍ତି । ଶେଷ ପର୍ଯ୍ୟନ୍ତ ଭିଡିଓ ଦେଖିବା ପରେ ଆପଣ ବି ହସି ହସି ଗଡ଼ିଯିବେ କାରଣ ଧୀରଜ ଧୁପର ନାଚିବା ସମୟରେ ମଧ୍ୟ ହସିଦେଇଛନ୍ତି । ଏହି ଭିଡିଓ ସହିତ ଶ୍ରଦ୍ଧା ଆର୍ଯ୍ୟ ଇନଷ୍ଟାଗ୍ରାମରେ ସମାନ ଗେଟଅପ୍ ରେ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।
ରିପୋର୍ଟ ଅନୁଯାୟୀ କେବଳ ଶ୍ରଦ୍ଧା ଏବଂ ଧୀରଜ ଧୁପରଙ୍କ ଉପରେ ନୁହେଁ, ଅନେକ ଟିଭି ଷ୍ଟାର ପୁଷ୍ପା ଫିଲ୍ମର କ୍ରେଜ ବଢ଼ିଇବାରେ ଲାଗିଛନ୍ତି । ଐଶ୍ୱର୍ଯ୍ୟା ଶର୍ମା ଆରତୀ ସିଂ, ନେହା କକ୍କରଙ୍କ ଠାରୁ ଶିବାଙ୍ଗୀ ଯୋଶୀ ପର୍ଯ୍ୟନ୍ତ ପୁଷ୍ପା ଫିଲ୍ମର ଗୀତଗୁଡ଼ିକର କ୍ରେଜ୍ ବଢା଼ଉଛନ୍ତି ।