Below header

ରବିବାରରେ ଏମିତି କରନ୍ତୁ ସୂର୍ଯ୍ୟ ଦେବତାଙ୍କ ପୂଜା, ପୂରଣ ହେବ ସବୁ ମନସ୍କାମନା

ଆଜି ହେଉଛି ଗ୍ରହରାଜ ସୂୂର୍ଯ୍ୟଙ୍କ ବାର ରବିବାର । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଭଗବାନଙ୍କର ବିଶେଷ ମହତ୍ୱ ରହିଛି । ପ୍ରାଚୀନ କାଳରୁ ଭଗବାନ ସୂର୍ଯ୍ୟଙ୍କ ଉପାସନା ଚାଲିଆସୁଛି। ସୂର୍ଯ୍ୟଙ୍କୁ ସମସ୍ତ ଜଗତରେ ଶକ୍ତିର କେନ୍ଦ୍ର ଭାବରେ ବିବେଚନା କରାଯାଏ । ସୂର୍ଯ୍ୟଦେବଙ୍କୁ ଏକ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ କାରଣ ଆମେ ତାଙ୍କର ଦର୍ଶନ ପ୍ରତିଦିନ ପାଇଥାଉ। ବିଶ୍ୱାସ କରାଯାଏ ଯେ ଭାସ୍କରଙ୍କୁ ପୂଜା କଲେ ରୋଗରୁ ମୁକ୍ତି ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବ ଗ୍ରହର ରାଜା ବୋଲି କୁହାଯାଏ। ପ୍ରତ୍ୟକ୍ଷ ଦେବତା ସୂର୍ଯ୍ୟଙ୍କ ଉପାସନା କଲେ ଶୀଘ୍ର ଫଳପ୍ରଦ ହୁଏ ବୋଲି ବିଶ୍ୱାସ ରହିଛି ।

ଯାହାଙ୍କ ସାଧନା ପ୍ରଭୁ ଶ୍ରୀ ରାମ ମଧ୍ୟ କରିଥିଲେ। କୁହାଯାଏ କି ପ୍ରଭୁ ଶ୍ରୀ ରାମଙ୍କ ପୂର୍ବପୁରୁଷମାନେ ମଧ୍ୟ ସୂର୍ଯ୍ୟବଂଶୀ ଥିଲେ। ଏହା ଛଡା ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବା ମଧ୍ୟ କେବଳ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠରୋଗରୁ ଆରୋଗ୍ୟ ହୋଇଥିଲେ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମର କରାକ ଗ୍ରହ ଭାବରେ ବିବେଚନା କରାଯାଏ। ତେବେ ଆଜି ଆସନ୍ତୁ ଜାଣିବା ସୂର୍ଯ୍ୟ ପୂଜାର ମହତ୍ୱ ଓ ପୂଜା ବିଧି ବିଷୟରେ …

sun puja

କିପରି ସୂର୍ଯ୍ୟଦେବଙ୍କ କୃପା ଲାଭ ପାଇବେ

ଯଦି କୌଣସି ବ୍ୟକ୍ତିଙ୍କ ଜାତକ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଥାଏ ତେବେ ତାଙ୍କର ସମସ୍ତ ଖରାପ କାର୍ଯ୍ୟ ଶୀଘ୍ର ସମାପ୍ତ ହେବାକୁ ଲାଗେ। ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

ସୂର୍ଯ୍ୟ ଭଗବାନଙ୍କ କୃପା ରହିଲେ ଆପଣଙ୍କ ଜାତକରେ ନକାରାତ୍ମକ ପ୍ରଭାବ ଦେଉଥିବା ଗ୍ରହମାନଙ୍କର ପ୍ରଭାବ ମଧ୍ୟ କମିଯାଏ ।

ପ୍ରତିଦିନ ସୂର୍ଯ୍ୟ ପୂଜା କଲେ ଧନ ପ୍ରାପ୍ତିର ସମ୍ଭାବନା ରହିଥାଏ ଏବଂ ଘରେ ସବୁବେଳେ ସୁଖ ଓ ଶାନ୍ତିର ବାତାବରଣ ଦେଖାଯାଏ ।

ଯଦି ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ପ୍ରାଧାନ୍ୟ ରହିଥାଏ, ତେବେ ମାନ ସମ୍ମାନ ,ନେତୃତ୍ୱ , ଦକ୍ଷତା ଏବଂ ସରକାରୀ ଚାକିରି ସୁଯୋଗ ପ୍ରାପ୍ତ ହୁଏ।

ସୂର୍ଯ୍ୟ ଦେବତାଙ୍କ ମହତ୍ୱ

ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଆନ୍ତରିକତାର ସହ ଭଗବାନ ସୂର୍ଯ୍ୟଦେବଙ୍କର ପୂଜା କଲେ ସେ ଭକ୍ତମାନଙ୍କୁ ସୁଖ, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତି। ଜୀବନ ସହିତ ଜଡିତ ସମସ୍ତ ଦୁଃଖ ଏବଂ ରୋଗ ଦୂର କରିବା ସହିତ, ଯେଉଁମାନଙ୍କର ସନ୍ତାନ ନାହିଁ ସେମାନେ ସୂର୍ଯ୍ୟଙ୍କୁ ଆରାଧନା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାନ୍ତି । ପିତା-ପୁତ୍ର ସଂପର୍କରେ ବିଶେଷ ଲାଭ ପାଇଁ ପୁଅ ମାନେ ସୂର୍ଯ୍ୟଙ୍କ ସାଧନା କରିବା ଉଚିତ୍। ବୈଦିକ କାଳରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ପୂର୍ବରୁ ଏହି ସାଧନା ମନ୍ତ୍ର ମାଧ୍ୟମରେ କରାଯାଉଥିଲା କିନ୍ତୁ ପରେ ମୂର୍ତ୍ତି ପୂଜା ମଧ୍ୟ ଆରମ୍ଭ ହୋଇଥିଲା । ଯାହା ପରେ ତାଙ୍କର ବିଶାଳ ମନ୍ଦିର ସବୁ ଜାଗାରେ ନିର୍ମିତ କରାଗଲା। ପ୍ରାଚୀନ କାଳରେ ନିର୍ମିତ ପ୍ରଭୁ ସୂର୍ଯ୍ୟଙ୍କର ଅନେକ ମନ୍ଦିର ଏବେ ବି ଭାରତରେ ଅଛି। କୋଣାର୍କ, ମାର୍ତଣ୍ଡ ଏବଂ ମେଢ଼େରା ହେଉଛି ସୂର୍ଯ୍ୟଙ୍କ ପୂଜା ସହିତ ଜଡିତ ମୁଖ୍ୟ ମନ୍ଦିର।

ସାତଟି ଘୋଡା ଥିବା ରଥରେ ବିଦ୍ୟମାନ ହୁଅନ୍ତି ସୂର୍ଯ୍ୟ ଦେବ

ସୃଷ୍ଟିର ପ୍ରତ୍ୟକ୍ଷ ଦେବତା ଭଗବାନ ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିଥାଏ। ଯାହାଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ । ଭଗବାନ ସୂର୍ଯ୍ୟଙ୍କ ରଥ ଏହି ପ୍ରେରଣା ଯୋଗାଏ ଯେ ଭଲ କାର୍ଯ୍ୟ କରିବାବେଳେ ଆମେ ସର୍ବଦା ଆଗକୁ ବଢିବା ଉଚିତ୍, କେବଳ ସେତେବେଳେ ହିଁ ଆମେ ଜୀବନରେ ସଫଳତା ପାଇଥାଉ ।

ରବିବାର ସୂର୍ଯ୍ୟ ପୂଜା ପାଇଁ ଉତ୍ସର୍ଗୀକୃତ

ରବିବାର ଭଗବାନ ସୂର୍ଯ୍ୟଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଭଗବାନ ସୂର୍ଯ୍ୟଙ୍କୁ ଉପାସନା କଲେ ତାଙ୍କର ଆଶୀର୍ବାଦ ଶୀଘ୍ର ପ୍ରାପ୍ତ ହୁଏ। ରବିବାର ଦିନ ଭକ୍ତି ଭାବରେ ପୂଜା କଲେ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କ ଭକ୍ତମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରଦାନ କରନ୍ତି ।

rewqs

ଏହି ପଦ୍ଧତିରେ କରନ୍ତୁ ସୂର୍ଯ୍ୟ ପୂଜା 

ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରିବା ପାଇଁ, ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରନ୍ତୁ। ଏହା ପରେ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଦେଖି ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟଙ୍କୁ ଦିଆଯାଇଥିବା ପାଣିରେ କ୍ଷୀର, ମହୁ, ଘିଅ, ଗୁଡ଼, ଚନ୍ଦନ, ସିନ୍ଦୂର,ହଳଦୀ ଓ ନାଲି ଫୁଲ ମିଶାଇ ଏହାକୁ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ଏକ ନାଲି ଆସନରେ ବସନ୍ତୁ ଏବଂ ପୂର୍ବ ଦିଗକୁ ମୁହଁ କରି ଅତି କମରେ ୧୦୮ ଥର ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ। କେବଳ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ନୁହେଁ ବରଂ ଅସ୍ତ ହେଉଥିବା ସୂର୍ଯ୍ୟଙ୍କୁ ପୂଜା କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.