ଭାରତରେ ଉପରମୁହାଁ କରୋନା ମୃତ୍ୟୁ: ଗତ ୨୪ଘଣ୍ଟାରେ ଗଲା ୯୫୯ଜଣଙ୍କ ଜୀବନ

ନୂଆଦିଲ୍ଲୀ(କେନ୍ଯୁଜ୍): ଭାରତରେ ଉପରମୁହାଁ କରୋନା ମୃତ୍ୟୁ । ଗତ ୨୪ଘଣ୍ଟାରେ ୯୫୯ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଗତ କାଲି ୮୯୩ ଜଣଙ୍କ ଜୀବନ ନେଇଥିଲା କରୋନା। ଜାନୁଆରୀ ୨୯ରେ ଏହି ସଂଖ୍ୟା ଥିଲା ୮୭୧ ।

ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ , ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଦେଶରେ ଦିନକରେ ୨ଲକ୍ଷ ୯ ହଜାର ୯୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭ୍‌ ହାର ରହିଛି ୧୫.୭୭ ପ୍ରତିଶତ। ଏପଟେ ରାଜ୍ୟରେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନାହିଁ। । ଗୋଟିଏ ଦିନରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଜାନୁଆରୀ ୨୭ରେ ଦୈନିକ ମୃତ୍ୟୁ ସଂଖ୍ୟା ୮ ଥିଲା , ଏବେ ୧୮ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.