ଏବେ ବେଙ୍ଗାଲୁରୁରେ ମିଳିବ ନିଛକ ଓଡ଼ିଆ ଖାନା; ରସଗୋଲା, ଛେନାପୋଡ଼ର ସ୍ୱାଦ ପାଇବେ ପ୍ରବାସୀ

ବେଙ୍ଗାଲୁରୁ (କେନିୟୁଜ) : ଓଡ଼ିଶାର ରସଗୋଲା ଓ ଛେନାପୋଡ଼ର ନିଅରା ସ୍ୱାଦ ଯିଏ ଖାଇଛି ସିଏ ଜାଣିଛି । ଏମିତିରେ ତ ଓଡ଼ିଶାର ମିଠା ସବୁ ବାହାର ରାଜ୍ୟ ସମେତ ଦେଶ ବିଦେଶକୁ ପଠା ଯାଉଛି । ତେବେ ତା ଭିତରେ କିଛି ବ୍ୟବସାୟୀଙ୍କ ମିଠା ସାରା ରାଜ୍ୟରେ ନାଁ କରି ସାରିଛି । ଏଇ ସ୍ଥିତିରେ ସରସ୍ୱତୀ ପୂଜା ଦିନ ବେଙ୍ଗାଲୁରୁରେ ଖୋଲିଛି ଭୁବନେଶ୍ୱରର ଜଣାଶୁଣା ମିଷ୍ଟାନ୍ନ ଭଣ୍ଡାର ଶ୍ରୀଛପନ ଭୋଗର ଆଉ ଏକ ଆଉଟ୍‌ଲେଟ୍‌ । ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଏହି ସୂଚନା ଦିଆଯାଇଛି । ଏହି ଅବସରରେ ଶ୍ରୀଛପନ ଭୋଗର ମ୍ୟାନେଜିଙ୍ଗ ଡାଇରେକ୍ଟର ଭକ୍ତ ତ୍ରିପାଠୀ ବେଙ୍ଗାଲୁରୁ ଏ ନେଇ ସୂଚନା ଦେଇଥିଲେ ।

ହ୍ଵାଇଟ୍‌ ଫିଲଡ୍‌ ଠାରେ ଥିବା ଏକ ହୋଟେଲ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବେଙ୍ଗାଲୁରୁରେ ଏହା ପ୍ରଥମ ଥର ପାଇଁ ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟତଃ ଓଡ଼ିଶାର ଖାଦ୍ୟ ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଆ ମିଠା ଛେନା ପୋଡ଼, ରସଗୋଲା, ରସାବଳି, ଛେନା ଗଜା, ଛେନା ଝିଲି ଆଦି ମିଠାର ପ୍ରଚାର ପ୍ରସାର କରାଯିବ ବୋଲି କହିଛନ୍ତି ଛପନ ଭୋଗର ଡାଇରେକ୍ଟର ସତ୍ୟବ୍ରତ ମହାନ୍ତି । ରସଗୋଲା ହେଉଛି ଓଡ଼ିଶାର ଏହାର ପ୍ରଚାର ପ୍ରସାର ସହିତ ଓଡ଼ିଶାର ରସଗୋଲାକୁ ବାହାର ରାଜ୍ୟରେ ଛପନଭୋଗ ପରିଚୟ ସୃଷ୍ଟି କରିବ ବୋଲି ସୂଚନା ଦେଇଥିଲେ ଡ. ଅନିତା ସାବତ ।

ପ୍ରଥମ ଥର ପାଇଁ ଓଡ଼ିଶାର ବାହାରେ ବେଙ୍ଗାଲୁରୁରେ ଏହାର ପ୍ରଥମ ଶାଖା ଖୋଲିଛି । ଏଥିସହିତ ଖୁବଶୀଘ୍ର ମୁମ୍ବାଇ, ପୁନେ, ଦିଲ୍ଲୀ, ଗୁରୁଗ୍ରାମ ଏବଂ ହାଇଦ୍ରାବାଦରେ ଏହାର ଅନ୍ୟାନ୍ୟ ଶାଖା ଖୋଲିବ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ । ଏହି ସମ୍ମିଳନୀରେ ପ୍ରବାସୀ ଓଡ଼ିଆଙ୍କ ମଧରେ ସୂର୍ଯ୍ୟ ପ୍ରକାଶ ମହାପାତ୍ର, ପ୍ରଣବ ପାଣି, ଡକ୍ଟର ମନୋଜ ବଳ, ସଂଜୀବ ଦାଶ, ଆଦିତ୍ୟ ପାଢ଼ୀ, କୁନି ତାରକା ଲିଟିଲ ଗ୍ଲୋବାଲ କୁଇନ ବିଜେତା ଦିବ୍ୟଶ୍ରୀ ବେହେରା, ସନ୍ତୋଷ ଆଚାର୍ଯ୍ୟ ଏବଂ ଶ୍ରୀ ତେଜସ ପ୍ରମୁଖ ଯୋଗ ଦେଇ କିଭଳି ଓଡ଼ିଆ ଖାଦ୍ୟ ଓ ମିଠାର ପ୍ରଚାର ପ୍ରସାର ହୋଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହା ସହ ଛପନ ଭୋଗର ଏଭଳି ପ୍ରୟାସକୁ ଧନ୍ୟବାଦ ଜଣାଇଥିଲେ ।

 

Leave A Reply

Your email address will not be published.