ଏବେ ଚାଟିଂ କରିବା ବେଳେ ମଧ୍ୟ ଶୁଣିପାରିବେ ହ୍ଵାଟସଆପ୍‌ ଅଡିଓ, ଆସୁଛି ନୂଆ ଫିଚର

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହ୍ଵାଟସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର୍ସ ଆଣୁଛି। ଏବେ ହ୍ଵାଟସଆପ୍‌ ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଗ୍ଲୋବାଲ ଅଡିଓ ପ୍ଲେୟାର ରିଲିଜ କରିବାକୁ ଯାଉଛି। ଏହା ପୂର୍ବରୁ ହ୍ଵାଟସଆପ୍‌ ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଭଏସ ପ୍ଲେୟାରକୁ ପଜ୍‌ ଏବଂ ରିଜ୍ୟୁମ କରିପାରିବେ। କିନ୍ତୁ ଏଥିପାଇଁ ତାଙ୍କୁ ଚାଟ୍‌ ଓ୍ଵିଣ୍ଡୋରେ ରହିବାକୁ ପଡୁଥିଲା। ନୂଆ ଅପଡେଟ୍‌ ପରେ ୟୁଜର୍ସ ଏପରି କରିବାକୁ ପଡିବ ନାହିଁ। ଆପଣ ଚାଟ୍‌ ଓ୍ଵିଣ୍ଡୋକୁ ସଫଲ କରି ଭଏସ ମେସେଜ ଶୁଣିପାରିବେ।

ଅର୍ଥାତ୍‌ ଏହି ନୂଆ ଫିଚର୍ସ ଜରିଆରେ ୟୁଜର୍ସ ଚାଟ୍‌ ଓ୍ଵିଣ୍ଡୋକୁ ସ୍ୱିଚ କରି ଅଡିଓ ନୋଟସକୁ ଶୁଣିପାରିବେ। WABetaInfo ମୁତାବକ, ଯେତେବେଳେ ଭଏସ ନୋଟ ପ୍ଲେ କରିବା ବେଳେ ଅନ୍ୟ ଚାଟ୍‌କୁ ସ୍ୱିଚ କରୁ, ତେବେ ହ୍ଵାଟସଆପ୍‌ ଅଡିଓ ବନ୍ଦ ନହୋଇ ଆଉ ଏକ ନୂଆ ଅଡିଓ ପ୍ଲେୟାର ବାର ଚାଟ୍‌ ଲିଷ୍ଟ ତଳେ ନଜର ଆସିଥାଏ।

ଏହି ଅଡିଓ ପ୍ଲେୟାର ବାର୍‌ ସାହାଯ୍ୟରେ ୟୁଜର୍ସ ଭଏସ ନୋଟକୁ ସହଜରେ କଣ୍ଟ୍ରୋଲ କରିପାରିବେ। ଏହା ଉପରେ ପ୍ଲେବ୍ୟାକ୍‌ ବଟନ ଏବଂ ପ୍ରୋଗ୍ରେସ ବାର ମିଳିଥାଏ। ଯାହା ଭଏସ ନୋଟ ଶେଷ ହେବା ପରେ ନୋଟିଫାଏ କରିପାରେ। ବିଟା ୟୁଜର୍ସଙ୍କ ପାଇଁ ଏହି ଫିଚର ଜାରି ହୋଇଛି। ଖୁବଶୀଘ୍ର ଏହାକୁ ୟୁଜର୍ସ ନିଜ ଡେସ୍କଟପରେ ଦେଖିପାରିବେ।

ଏହି ଫିଚର ସାହାଯ୍ୟରେ ୟୁଜର୍ସ ଚାଟ୍‌ ଏବଂ ଭଏସ ପ୍ଲେୟାରକୁ ଏକାସାଙ୍ଗରେ ମ୍ୟାନେଜ କରିପାରିବେ। ରିପୋର୍ଟ ମୁତାବକ, ହ୍ଵାଟସଆପ୍‌ ଖୁବଶୀଘ୍ର delete for everyone ଫିଚରର ଟାଇମ୍‌ ଲିମିଟ୍‌ ବଢାଇପାରେ। ଆପ୍‌ ଏହାର ଟାଇମ୍‌ ଲିମିଟ୍‌କୁ ବଢାଇ ୨ ଦିନ କରିପାରେ।

ପୂର୍ବରୁ WABetaInfo ର ରିପୋର୍ଟ ଅନୁଯାୟୀ, ଏହି ଫିଚର ଆସିବା ପରେ ଉପଭୋକ୍ତାମାନେ ମଧ୍ୟ ଫରୱାର୍ଡ ହେବାକୁ ଥିବା ଅଡିଓ ମେସେଜ୍ ର ପ୍ଲେବ୍ୟାକ୍ ସ୍ପିଡ୍ ସେଟ୍ କରିବାକୁ ସକ୍ଷମ ହେବେ । ପ୍ଲେବ୍ୟାକ୍ ସ୍ପିଡ୍ ସେଟ୍ କରିବା ପାଇଁ ଏକ ବଟନ୍ ମଧ୍ୟ ରହିବ । ଏହି ଫିଚରନିକଟରେ iOS ପାଇଁ ଏକ ବିଟା ଅପଡେଟ୍ ରେ ଦେଖିବାକୁ ମିଳିଥିଲା ​​। ଏହା ବର୍ତ୍ତମାନ ବିକାଶମୂଳକ ପର୍ଯ୍ୟାୟରେ ଅଛି । ବିଶ୍ୱାସ କରାଯାଏ ଯେ କମ୍ପାନୀ ଖୁବ ଶୀଘ୍ର ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ମଧ୍ୟ ଏହି ବ ଫିଚର ବାହାର କରିବ ।

Leave A Reply

Your email address will not be published.