ନେହରୁଙ୍କ ଠାରୁ ମୋଦିଙ୍କ ପର୍ଯ୍ୟନ୍ତ: ସବୁ ପ୍ରଧାନମନ୍ତ୍ରୀଙ୍କ ସହ ଥିଲା ଲତା ମଙ୍ଗେସକରଙ୍କ ଭଲ ସମ୍ପର୍କ

ରବିବାର ସବୁ ଦିନ ପାଇଁ ନୀରବି ଯାଇଛନ୍ତି କୋକିଳ କଣ୍ଠୀ ଲତା ମଙ୍ଗେସକର। ତାଙ୍କ ବିୟୋଗରେ ଭାରତ ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଲତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅନ୍ୟ ବଡ଼ ବଡ଼ ନେତା, ଅଭିନେତା ତଥା ଖେଳାଳି ସମସ୍ତେ ଶୋକ ପ୍ରକାଶ କରିଛନ୍ତି।

ନିଜ ମୋଲେଡିୟସ୍‌ ସ୍ୱର ଯୋଗୁ ଦୀର୍ଘ ବର୍ଷ ଧରି ସମସ୍ତଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଲତା ମଙ୍ଗେସକର। ଏଣୁ ସମସ୍ତେ ତାଙ୍କୁ ଖୁବ୍‌ ସମ୍ମାନ ଦେଉଥିଲେ। ଖେଳ ଜଗତ ହେଉ କି ଫିଲ୍ମ ଜଗତ କି ରାଜନୀତି ଦୁନିଆ ସମସ୍ତେ ଲତାଙ୍କୁ ଆଦର କରୁଥିଲେ। ସ୍ୱାଧୀନତା ପରଠାରୁ ଶାସନରେ ଥିବା ସବୁ ସରକାର ଲତାଙ୍କୁ ବେଶ୍‌ ସମ୍ମାନ କରୁଥିଲେ। ନେହରୁଙ୍କ ଠାରୁ ମୋଦିଙ୍କ ପର୍ଯ୍ୟନ୍ତ ସବୁ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଲତା ମଙ୍ଗେସକରଙ୍କ ଭଲ ସମ୍ପର୍କ ଥିଲା।

ନଜର ପକାନ୍ତୁ ସବୁ ପ୍ରଧାନମନ୍ତ୍ରୀଙ୍କ ସହ ଲତା ମଙ୍ଗେସକରଙ୍କର କେତେକ ଫଟୋ ଉପରେ…

ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ସହ:

jawaharlal

୧୯୬୩ ମସିହାରେ ଜବାହାରଲାଲ ନେହରୁ ଲତା ମଙ୍ଗେସକରଙ୍କ କଣ୍ଠରୁ ‘ଏ ମେରେ ଓ୍ଵତନ୍‌ କେ ଲୋଗୋ’ ଗୀତ ଶୁଣି କାନ୍ଦି ପକାଇଥିଲେ। ଏହି ଗୀତ ଶୁଣିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ- ଲତା ତୁମେ ଆଜି ମୋତେ କନ୍ଦେଇଦେଲ।

ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ:

atal

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ଲତା ମଙ୍ଗେସକରଙ୍କର ଅତି ଭଲ ସମ୍ପର୍କ ଥିଲା। ବାଜପେୟୀଙ୍କ ଦେହାନ୍ତରେ ଲତା ପୋଷ୍ଟ ସେୟାର କରି ଶୋକ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ସହ:

Sastri

ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ଲତା:

Rajiv

ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ଲତା ମଙ୍ଗେସକର ଏକ କନସର୍ଟ ଆୟୋଜନ କରି ଫଣ୍ଡ ସଂଗ୍ରହ କରିଥିଲେ । ସେତେବେଳେ ସେ ୨୦ ଲକ୍ଷ ଟଙ୍କା ସଂଗ୍ରହ କରି କ୍ରିକେଟ୍‌ ଟିମ୍‌କୁ ଦେଇଥିଲେ। ଫଳରେ ଟିମ୍‌ ଇଣ୍ଡିଆ ବିଦେଶ ଯାତ୍ରା କରି ବିଶ୍ୱ କପ୍‌ ଜିତି ପାରିଥିଲା। ସେହି କନସର୍ଟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

ଇନ୍ଦିରାଗାନ୍ଧୀଙ୍କ ସହ ଲତାଙ୍କର ଥିଲା ଭଲ ସମ୍ପର୍କ:

Indira

ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଲତା ମଙ୍ଗେସକରଙ୍କର ଅତି ଭଲ ସମ୍ପର୍କ ଥିଲା। ଇନ୍ଦିରାଗାନ୍ଧୀ ଲତାଙ୍କ ଗୀତକୁ ଖୁବ୍‌ ପସନ୍ଦ କରୁଥିଲେ । ଏଣୁ ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିଲା।

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଲତାଜୀ:

Modi

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତରତ୍ନ ଲତା ମଙ୍ଗେସରଙ୍କର ଥିଲା ଅତି ଭଲ ସମ୍ପର୍କ। ଲତାଙ୍କୁ ଖୁବ୍‌ ସମ୍ମାନ କରୁଥିଲେ ମୋଦି। ଏଣୁ ଗତକାଲି ତାଙ୍କ ପରଲୋକର ଖବର ପାଇବା ପରେ ମୋଦି ଟ୍ଵିଟ୍‌ କରି ଶୋକ ବ୍ୟକ୍ତ କରିବା ସହ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଅନ୍ତିମ ସଂସ୍କାର ସ୍ଥଳୀରେ ପହଞ୍ଚିଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଦେଶର ସବୁ ପ୍ରଧାନମନ୍ତ୍ରୀଙ୍କ ସହ ଲତା ମଙ୍ଗେସକରଙ୍କର ଥିଲା ଅତି ଭଲ ସମ୍ପର୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.