ବ୍ରେକଫାଷ୍ଟ ପାଇଁ ପରଟା ସବୁଠାରୁ ପରଫେକ୍ଟ ହୋଇଥାଏ।ଏହାଦ୍ୱାରା ଆପଣଙ୍କ ପେଟ ପୁରିବା ସହିତ ଶିଘ୍ର ଭୋକ ଲାଗିନଥାଏ। ଏମିତି ତ ପରଟା ବହୁତ ପ୍ରକାର ରହିଛି। ଯେମିତିକି କୋବି ପରଟା, ପନୀର ପରଟା କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ହେଙ୍ଗୁ ଜିରା ଆଳୁ ପରଟା। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
୨ କପ୍ ଗହମ ଅଟା
୪ଟି ସିଝା ଆଳୁ
୨ଟି କଞ୍ଚା ଲଙ୍କା
ଚିମୁଟାଏ ହେଙ୍ଗୁ
୧/୪ ଚାମଚ ଗରମ ମସଲା
୧/୪ ଚାମଚ ଲାଲ ଲଙ୍କା ପାଉଡର
ଏକ ଚାମଚ୍ ଜିରା
୧/୪ ଚାମଚ୍ ଚାଟ୍ ମସଲା
୧ ଚାମଚ ଧନିଆ ପତ୍ର
ଲୁଣ ସ୍ୱାଦାନୁସାରେ
ତେଲ (ଆବଶ୍ୟକ ଅନୁସାରେ)
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଆଳୁକୁ ଚକଟିଦିଅନ୍ତୁ।
- ମିଡିୟମ୍ ଆଞ୍ଚରେ ପ୍ୟାନରେ ତେଲ ଗରମ କରିବା ପାଇଁ ରଖିଦିଅନ୍ତୁ।
- ତେଲ ଗରମ ହେବା ପରେ ହିଁ ଏଥିରେ ଜିରା ପକାଇ ତଡକା ଦିଅନ୍ତୁ।
- ଏବେ ଆଳୁ, ଗରମ ମସଲା, ଲାଲ ଲଙ୍କା ପାଉଡର, କଞ୍ଚା ଲଙ୍କା, ଚାଟ ମସଲା ଏବଂ ଲୁଣ ପକାଇ ମିକ୍ସ କରି ୨ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ।
- ନିର୍ଦ୍ଧିଷ୍ଟ ସମୟ ପରେ ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ।
- ଏହାପରେ ଏକ ପାତ୍ରରେ ଅଟା ଏବଂ ଲୁଣ ମିଶାଇ ପାଣି ପକାଇ ନରମ ଅଟା ପକାଇ ଚକଟି ଦିଅନ୍ତୁ।
- ଏବେ ଅଟାର ଚକଟାକୁ ନେଇ ପୁରୀ ଭଳି ବେଲି ଦିଅନ୍ତୁ।
- ମିଡିୟମ୍ ଆଞ୍ଚରେ ତାଓ୍ଵାକୁ ଗରମ କରି ସେଥିରେ ତେଲ ଗରମ ହେବା ପାଇଁ ରଖନ୍ତୁ।
- ଏବେ ବେଲି ରଖିଥିବା ପରଟାକୁ ଭଲଭାବେ ସେକି ଦିଅନ୍ତୁ। ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ।
- ଏହିଭଳି ଭାବେ ସବୁ ପରଟାକୁ ପ୍ରସ୍ତୁତ କରିଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଜିରା-ହେଙ୍ଗୁ ଆଳୁ ପରଟା।
- ଏହାକୁ ଆପଣ ଦହି କିମ୍ବା ରାଇତା ସହିତ ସର୍ଭ କରନ୍ତୁ।