ଶିମିଳିପାଳ ସମ୍ପୂର୍ଣ୍ଣ ଅଭୟାରଣ୍ୟ ପାଇବ ଜାତୀୟ ଉଦ୍ୟାନ ମାନ୍ୟତା, କୋର ଏରିଆ ଯମୁନାଗଡରୁ ବିସ୍ଥାପିତ ହେଲେ ୯ଟି ପରିବାର

ମୟୁରଭଞ୍ଜ(କେନ୍ୟୁଜ୍): ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରୁ ବାସିନ୍ଦାଙ୍କୁ ବିସ୍ଥାପିତ କରାଯାଇଛି। ଶିମିଳିପାଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶିମିଳିପାଳ କୋର ଏରିଆ ଯମୁନାଗଡରେ ବାସ କରୁଥିବା ୯ଟି ପରିବାରକୁ ବିସ୍ଥାପିତ କରାଯାଇଛି। ଏମାନଙ୍କୁ ଉଦଳା ବ୍ଲକ ଅଞ୍ଚଳକୁ ଅଣାଯାଇଛି। ୨ଟି ପରିବାରକୁ ଆମ୍ବଡିହା ଏବଂ ବାକି ୭ଟି ପରିବାରକୁ ନାବରା ଅଞ୍ଚଳରେ ଥଇଥାନ କରାଯାଇଛି। ବିସ୍ଥାପିତ ପରିବାରମାନଙ୍କୁ ସରକାରୀସ୍ତରରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

bistahpita 1

ସେମାନଙ୍କୁ ସରକାରୀ ସ୍ତରରେ ଘର, ୧୫ ଲକ୍ଷ ଟଙ୍କା ସମେତ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ୨୦୧୫ ସେପ୍ଟେମ୍ବର ୧୫ ତାରିଖରେ ୩୫ଟି ପରିବାରକୁ ବିସ୍ଥାପନ କରାଯାଇ ଉଦଳା ବ୍ଲକର ନାବରା ନିକଟରେ ଥଇଥାନ କରାଯାଇଥିଲା। ଶିମିଳିପାଳ ଟାଇଗର ରିଜର୍ଭର ଡେପୁଟି ଡାଇରେକ୍ଟର ଏବଂ ବାରିପଦା ବନଖଣ୍ଡ ଅଧିକାରୀ ଏହି ପୁରା ବିସ୍ଥାପନ ପ୍ରକ୍ରିୟାରେ ଉପସ୍ଥିତ ରହି ବିସ୍ଥାପିତ ପରିବାରଙ୍କ ସହିତ ଆଲୋଚନା କରିଥିଲେ।

 

Leave A Reply

Your email address will not be published.