୨୦ ଲକ୍ଷ ଟଙ୍କା ଠକେଇ ଘଟଣାର ମୋଷ୍ଟ ଓ୍ଵାଣ୍ଟେଡ୍‌ ଅଭିଯୁକ୍ତ ପ୍ରଭାକର ଜେନାକୁ ୭ ଦିନ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ମୋଷ୍ଟ ଓ୍ଵାଣ୍ଟେଡ୍‌ ଠକ ପ୍ରଭାକର ଜେନାକୁ ରିମାଣ୍ଡରେ ନେବ ପୋଲିସ। ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା ପୋଲିସ। ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଥିଲା ଚନ୍ଦକା ପୋଲିସ। ପ୍ରଭାକର ନାଁରେ କମିଶନରେଟ ପୋଲିସରେ ରହିଛି ୨ଟି ଅଭିଯୋଗ। ଅଭିଯୁକ୍ତ ଆଉ କାହାଠାରୁ କେତେ ଟଙ୍କା ଠକେଇ କରିଛି ତଦନ୍ତ କରୁଛି ପୋଲିସ।

ଗତକାଲି ମୋଷ୍ଟ ଓ୍ଵାଣ୍ଟେଡ୍‌ ହାଇପ୍ରୋଫାଇଲ ଠକ ପ୍ରଭାକର ଜେନାକୁ ରାଜଧାନୀରୁ ଗିରଫ କରିଥିଲା ଚନ୍ଦକା ଥାନା ପୋଲିସ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପ୍ରଭାକରକୁ ଗିରଫ କରାଯାଇଥିଲା। ପ୍ରାଥମିକ ପ୍ରର୍ଯ୍ୟାୟରେ ଲୋକଙ୍କଠାରୁ ଟଙ୍କା ନେଇ ଠିକ ସମୟରେ ଅଧିକ ସୁଧ ସହ ଲୋକଙ୍କୁ ଫେରସ୍ଥ କରିଥିଲା । ପରବର୍ତ୍ତୀ ସମୟରେ ମୋଟା ଅଙ୍କର ଟଙ୍କା ନେଇ ଦେଢ଼ ବର୍ଷ ହେବ ଫେରାର ହୋଇଯାଇଥିଲେ ଏହି ଠକ ।

କେନ୍ଦ୍ରାପଡା ଆଳି ଅଞ୍ଚଳର ଏହି ଚାଲବାଜ ଠକ ଯୁକ୍ତ ୨ ପରେ ଚେନ୍ନାଇର ଏକ ବ୍ୟାଗ କମ୍ପାନୀରେ କାମ କରୁଥିଲା। ୧୦ ବର୍ଷ କାମ କରିବା ପରେ ଓଡ଼ିଶାରେ ନିଜେ ମାଲିକ ହୋଇ ରାତା ରାତି କୋଟିପତି ହେବାର ଲକ୍ଷ ରଖିଥିଲା ଠକ। ଆଉ କମ୍ପାନୀ ଖୋଲିବାର ଲକ୍ଷ ରଖି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.