କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ଜାରି କଲେ ମାର୍ଚ୍ଚ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ । ପୂର୍ବପରି ପାର୍ବାଣ ଉପରେ ବେଶୀ ଗୁରୁତ୍ବ ଦେଇ କିଛି କଟକଣାକୁ ଲାଗୁ କରିଛନ୍ତି ରାଜ୍ୟ ସରକାର। ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନ ବେଳେ ସତର୍କକତା ଅବଲମ୍ବନ କରିବାକୁ କୁହାଯାଇଛି। ନଜର ପକାନ୍ତୁ କଣ ରହିଛି କଟକଣା।
- ବିବାହ, ବ୍ରତଘରରେ ୫୦୦ ଲୋକଙ୍କୁ ସାମିଲ ଅନୁମତି
- ବିବାହ ଶୋଭାଯାତ୍ରାରେ ସର୍ବାଧିକ ଶହେ ଜଣ ଯାଇପାରିବେ
- ଶୁଦ୍ଧିକ୍ରିୟା ଓ ଶେଷକୃତ୍ୟରେ ୨୫୦ ଲୋକଙ୍କୁ ସାମିଲ ଅନୁମତି
- କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରୀ ଓ ଦୋଳ ପୂର୍ଣ୍ଣିମା
- ସର୍ବସାଧାରଣ ସ୍ଥାନରେ ହୋଲି ଉତ୍ସବ ପାଳନକୁ ବାରଣ
- ଘରେ ରହି ହୋଲି ଉତ୍ସବ ପାଳନ କରିବେ ଲୋକେ
- କୋଭିଡ କଟକଣାରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ପାଳନ ହେବ
- ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି
- ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ପଡ଼ିବ
- କୋଭିଡ କଟକଣାରେ ମେଳା, ପ୍ରଦର୍ଶନୀ ପାଇଁ ଅନୁମତି
- ବାଣିଜ୍ୟ ମେଳା, ଏକ୍ସପୋ ମଧ୍ୟ କୋଭିଡ କଟକଣା ଅନୁସାରେ ହେବ
- ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ନିର୍ବାଚନ ରାଲି, ମିଟିଂ, କ୍ୟାମ୍ପେନ ଅନୁଷ୍ଠିତ ହେବ
- କଟକଣା ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କଡ଼ା