Below header

ପିଲାଙ୍କର ଆଧାରକାର୍ଡ କରିଛନ୍ତି ତ ! ନଚେତ ମିଳିବନି ସ୍କୁଲରେ ଆଡମିଶନ

ଆଧାରକାର୍ଡ ଆଜିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରେ ଅନ୍ୟତମ।। ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇପାରିବେ ନାହିଁ। ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ବରଂ ଏହା ଜରିଆରେ ଆପଣ ଅନେକ ସରକାରୀ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ। ଆଧାରକାର୍ଡ ପ୍ରତ୍ୟେକ ନାଗରିକଙ୍କ ପାଇଁ ଜରୁରୀ କେବଳ ବୟସ୍କ କିମ୍ବା ଯୁବକ ନୁହନ୍ତି, ପିଲାଙ୍କ ପାଇଁ ମଧ୍ୟ ଆଧାର କାର୍ଡ ଜରୁରୀ। ତେବେ ପିଲାଙ୍କ ପାଇଁ ଆଧାର କାର୍ଡ କରିନାହାନ୍ତି, ତେବେ ସମସ୍ୟାରେ ପଡିପାରନ୍ତି। ତେବେ ପିଲାଙ୍କ ଆଧାର କାର୍ଡ ବନାଇବାର ଫାଇଦା କ’ଣ ? ଆଉ ପିଲାଙ୍କ ଆଧାରକାର୍ଡ ବନାଇବା ପାଇଁ କ’ଣ ଡକ୍ୟୁମେଣ୍ଟ ଦରକାର।

ଛୋଟ ବେଳରୁ ହିଁ ପିଲାମାନଙ୍କ ଆଧାର କାର୍ଡ କରିବା ଦ୍ୱାରା ସାବାଳକ ହେବା ସମୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିପାରିବେ ଓ ମତଦାନ ପ୍ରମାଣ ପତ୍ର ବି କରିପାରିବେ । ଏହା ବ୍ୟତୀତ ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲିବା ଠାରୁ ସ୍କୁଲରେ ଆଡମିଶନ୍ କରିବା ପର୍ଯ୍ୟନ୍ତ ସବୁଠି ଏବେ ଆଧାର କାର୍ଡର ଆବଶ୍ୟକତା ପଡ଼ୁଛି । ତେଣୁ ପିଲାମାନଙ୍କ ଆଧାର କାର୍ଡ ବା ପରିଚୟ ପ୍ରମାଣ ପତ୍ର ନିହାତି ଜରୁରୀ ।

କେମିତି ବନାଇବେ ଆଧାର କାର୍ଡ:

ପିଲାଙ୍କ ଆଧାରକାର୍ଡ କରିବାର ପ୍ରଣାଳୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ୫ ବର୍ଷରୁ କମ୍‌ ପିଲା ଆଉ ଦ୍ୱିତୀୟ ଭାଗରେ ୫ ରୁ ୧୫ ବର୍ଷ ପିଲାଙ୍କ ଆଧାରକାର୍ଡ କରିପାରିବେ। ୫ ବର୍ଷର ପିଲାର ଆଧାରକାର୍ଡ କରିବା ପାଇଁ ଶିଶୁର ଜନ୍ମ ପ୍ରମାଣପତ୍ର ବା ହସ୍ପିଟାଲରେ ପ୍ରାପ୍ତ ଡିସଚାର୍ଜ ସ୍ଲିପ୍ ସହିତ ପିତା ବା ମାତାଙ୍କର ଆଧାର କାର୍ଡ ଜମା କରିବାକୁ ପଡିଥାଏ। ଯଦି ଆପଣ ଜନ୍ମ ହୋଇଥିବା ଶିଶୁର ଆଧାର ଜନ୍ମ ତିଆରି କରିବାକୁ ଚାହୁଁଛନ୍ତି ବା ଶିଶୁର ପରିଚୟ ପଞ୍ଜିକୃତ କରିବାକୁ ଚାହୁଁଛନ୍ତି, ତେବେ ଆପଣ କେବଳ ହସ୍ପିଟାଲର ଡିସଚାର୍ଜ ସ୍ଲିପ୍ ଜମା କରି ପ୍ରକ୍ରିୟା ଆରମ୍ଭ କରିପାରିବେ ।

୫ରୁ ୧୫ ବର୍ଷ ପିଲାଙ୍କର ଆଧାରକାର୍ଡ କରିବା ପାଇଁ ଜନ୍ମ ପ୍ରମାଣପତ୍ର କିମ୍ବା ସ୍କୁଲର ଆଇଡି କାର୍ଡକୁ ବ୍ୟବହାର କରିପାରିବେ। ଏହାଛଡା ଘରର ସ୍ଥାୟୀ ପ୍ରମାଣପତ୍ର ମଧ୍ୟ ଦାଖଲ କରିବା ଜରୁରୀ। ମାତା ପିତାଙ୍କର ଆଧାର କାର୍ଡ ମଧ୍ୟଦେଖାଇବାକୁ ପଡିଥାଏ। ଏହା ବ୍ୟତୀତ ପିଲାଙ୍କର ପାସପୋର୍ଟ ସାଇଜର ଫଟୋ ରହିଥିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.