ପୁରୁଣା କୁଲର ଘରକୁ କରିଦେବ କାଶ୍ମୀର, ତେବେ ତୁରନ୍ତୁ ଫଲୋ କରନ୍ତୁ ଏହି ଟିପ୍ସ ନୂଆ କିଣିବାର ପଡିବନି ଆବଶ୍ୟକତା

ପୁରୁଣା କୁଲର ଘରକୁ କରିଦେବ କାଶ୍ମୀର। କେମିତି ଭାବୁଛନ୍ତି କି? ତାହେଲେ ଜାଣନ୍ତୁ, ଆପଣଙ୍କୁ କେବଳ କିଛି ତରିକାକୁ ଆପଣେଇବାକୁ ପଡିବ। ଯାହାପରେ ଘର ଏତେ ଥଣ୍ଡା ହୋଇଯିବ ଯେ ଅତିଥି ବି କହିବେ କଣ ନୂଆ ଏସି କିଣିଛନ୍ତି କି? ହଁ ଆଜ୍ଞା ଏମିତି ହିଁ ଫିଲ୍‌ କରାଇବ ଆପଣଙ୍କ ପୁରୁରା କୁଲର। ଗରମ ଋତୁ ଆସି ସାରିଲାଣି। ଏବେଠୁ ହିଁ ପ୍ରଚଣ୍ଡ ଗରମ ଅନୁଭବ ହେଲାଣି। ତେଣୁ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ନିଜର ଫ୍ୟାନ୍‌, କୁଲର ଏବଂ ଏସି ଆଦିକୁ ଚଲାଇଲେଣି। ଭାରତରେ ଅଧିକାଂଶ ଲୋକ କୁଲର ବ୍ୟବହାର କରନ୍ତି। ଏମିତି ଅନେକ ଲୋକ ବି ଅଛନ୍ତି ଯେଉଁମାନେ ନିଜ ଘରେ ବର୍ଷ ବର୍ଷ ଧରି କୁଲର ଚଲାଇଆସୁଛନ୍ତି। ଯଦି କେବେ ଖରାପ ହେଲା ତାହେଲେ ସେହି କୁଲରକୁ ସଜାଡି ପୁଣି ବର୍ଷ ପର୍ଷ ଧରି ବ୍ୟବହାର କରୁଛନ୍ତି। ଆପଣ ପ୍ରାୟ ଲୋକଙ୍କ ମୁହଁରୁ ଶୁଣିଥିବେ ଯେ ବହୁତ ରିପାୟର କରିବା ପରେ ବି ସେମାନଙ୍କ କୁଲର ଥଣ୍ଡା ପବନ ଦେଉନାହିଁ। ସବୁ ଚେଷ୍ଟା ପରେ ବାଧ୍ୟ ହୋଇ ନୂଆ କୁଲର ଆଣିବା ପାଇଁ ଇଚ୍ଛା ହୋଇଥାଏ। କିନ୍ତୁ ବଜେଟ କମ୍‌ ଥିବା କାରଣରୁ ପୁରୁଣା କୁଲରକୁ ବ୍ୟବହାର କରିବାକୁ ପଡିଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାକୁ ଫେସ୍‌ କରୁଛନ୍ତି, ତାହେଲେ ଆପଣଙ୍କୁ ଆମେ ଆଜି ଏ ଭିଡିଓରେ କିଛି ତରିକା ଜଣାଇବୁ ଯାହାଦ୍ୱାରା ଆପଣ ପୁରୁଣା କୁଲରରେ ମଧ୍ୟ ଏସି ଭଳି ଥଣ୍ଡା ପବନ ପାଇପାରିବେ। ତାହେଲେ ଆସନ୍ତୁ ଆଉ ଡେରି ନକରି ଦେଖିବା ସମ୍ପୂର୍ଣ୍ଣ ଭିଡିଓ।

ସିଧାସଳଖ ଖରାରେ ରଖନ୍ତୁନାହିଁ କୁଲର

ଲୋକମାନେ ଅନେକ ସମୟରେ ଏହି ଭୁଲ କରିଦିଅନ୍ତି ଯେ, ଯେଉଁଠି ଖରା ପଡୁଥିବ ସେଠାରେ ହିଁ କୁଲରକୁ ରଖିଦିଅନ୍ତୁ। ଏହି ପ୍ଲେସରେ କୁଲର ରହିବା କାରଣରୁ କୁଲରରୁ ଥଣ୍ଡା ପବନ ମିଳେନାହିଁ। ତେଣୁ ସବୁବେଳେ କୁଲରକୁ ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠାକୁ ସିଧାସଳଖ ଖରା ପଡୁନଥିବ। ଯଦି ଘରେ ସବୁଆଡକୁ ଖରା ପଡୁଥାଏ ତାହେଲେ ଏମିତି ବ୍ୟବସ୍ଥା କରନ୍ତୁ ଯେମିତି ଖରା ସିଧା ଆସି କୁଲର ଉପରେ ପଡୁନଥିବ।

ଖୋଲା ସ୍ଥାନରେ ରଖନ୍ତୁ କୁଲର

କୁଲର ନୂଆ ହେଉ ଅବା ପୁରୁଣା, ତାକୁ ସବୁବେଳେ ଖୋଲା ସ୍ଥାନରେ ହିଁ ରଖନ୍ତୁ। ସହଜ ଅର୍ଥରେ କହିବାକୁ ଗଲେ ଫାଙ୍କା ଏରିୟାରେ କୁଲର ଥଣ୍ଡା ପବନ ଦେଇଥାଏ। ଏଥିପାଇଁ କୁଲରକୁ ଝରକା ପାଖରେ ଫିକ୍ସ କରିଦିଅନ୍ତୁ କିମ୍ବା ଜାଲ ଥିବା ଡୋର ପାଖରେ ରଖନ୍ତୁ।

ଭେଣ୍ଟିଲେସନ୍‌ ରହିବା ଜରୁରୀ

ଯଦି ଆପଣ କୁଲରକୁ ଏମିତି ସ୍ଥାନରେ ରଖିଛନ୍ତି ଯେଉଁଠି ଭେଣ୍ଟିଲେସନ ହେଉନଥିବ ତାହେଲେ କୁଲର ଥଣ୍ଡା ନୁହେଁ ବରଂ ଗୁଳିଗୁଳି ସୃଷ୍ଟି କରାଇବ। କୁଲରକୁ ପର୍ଯ୍ୟାପ୍ତ ଭେଣ୍ଟିଲେସନର ଆବଶ୍ୟକତା ରହିଥାଏ। କୁଲର ଥଣ୍ଡା ପବନ ସେତେବେଳେ ଦେବ ଯେତେବେଳେ ପବନ ରୁମରୁ ବାହାରକୁ ବାହାରିବ।

ଘାସ ନିଶ୍ଚୟ ବଦଳାନ୍ତୁ

ଯଦି ଆପଣ ନିଜର ପୁରୁଣା କୁଲରକୁ ବ୍ୟବହାର କରିବାକୁ ବାହାର କରିଛନ୍ତି ତାହେଲେ ତାର ଘାସକୁ ନିଶ୍ଚୟ ବଦଳାନ୍ତୁ। କୁଲରରେ ଲଗାଯାଇଥିବା ଜାଲି ପଛରେ ଘାସରେ ଧୂଳି ଜମିଯାଏ ଏବଂ ପାଣିରେ ଜମିଯାଏ। ଏମିତିରେ ପବନ ଆସିବା ବାଟ ବ୍ଲକ ହୋଇଯାଏ। ଏମିତିରେ ଅତି କମରେ ବର୍ଷକୁ ଦୁଇ ଥର ଘାଷ ବଦଳାନ୍ତୁ। ଧ୍ୟାନରେ ରଖିବେ ଘାଷ ମଝିରେ ବ୍ୟବଧାନ ରହିବା ନିହାତି ଜରୁରୀ।

କୁଲରରେ ପାଣିର ଫ୍ଲୋକୁ ଚେକ କରନ୍ତୁ

କୁଲରର ଓ୍ଵାଟର ପମ୍ପରେ ପାଣିର ଫ୍ଲୋ ଠିକ ରହିବା ଆବଶ୍ୟକ। ଯଦି ପମ୍ପକୁ ପାଣି ମିଳିବନାହିଁ ତାହେଲେ କୁଲର ଥଣ୍ଡା ପବନ ଦେବନାହିଁ। ଅନେକ ସମୟରେ ଦେଖିବାକୁ ମିଳେ ଯେ କୁଲରରେ ପାଣି ବାହାରିବା ବାଟ ବନ୍ଦ ହୋଇଯାଏ। ଏମିତିରେ ଘାସକୁ ମଧ୍ୟ ପାଣି ମିଳିପାରିନଥାଏ। ତେଣୁ ତାକୁ ଯାଞ୍ଚ୍‌ କରନ୍ତୁ ଏବଂ ପାଣି ବାହାରିବା ବାଟରେ ଅଟକିଥିବା ଧୂଳିକୁ ହଟାଇ ଦିଅନ୍ତୁ।

ଏହାସହ ପଢ଼ନ୍ତୁ : ମାତ୍ର ୩ ହଜାର ଟଙ୍କାରେ କିଣନ୍ତୁ ଏହି ମିନି ଫ୍ରିଜ୍‌, ମିନିଟରେ ଜମିବ ବରଫ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.