ୟୁକ୍ରେନ୍କୁ ବଢ଼ୁଛି ସାହାଯ୍ୟର ହାତ: IT Army ରେ ଯୋଗ ଦେଲେ ଅଢ଼େଇ ଲକ୍ଷ ଟପ୍ ହ୍ୟାକର

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍କୁ ରକ୍ଷା କରିବାକୁ ସାଇବର ସ୍ପେସ୍ରେ ଭଲ୍ୟୁଣ୍ଟିୟର ହ୍ୟାକର୍ସଙ୍କ ସେନା ପ୍ରସ୍ତୁତ ହେଉଛନ୍ତି। ସାଇବର ସୁରକ୍ଷା ଫାର୍ମ ସେକୋଇୟାର ଏକ୍ସପର୍ଟ ମୁତାବକ, ପାଖାପାଖି ୨,୬୦,୦୦୦ ଟପ୍ ହ୍ୟାକର ‘ଆଇଟି ସେନା’ରେ ସାମିଲ ହୋଇଛନ୍ତି। ଏମାନଙ୍କୁ ହ୍ୟାକ୍ଟିଭିଷ୍ଟ ବୋଲି କୁହାଯାଉଛି।
ସାଇବର ସୁରକ୍ଷା ଫାର୍ମ ସେକୋଇୟାର ଜଣେ ଏକ୍ସପର୍ଟ ଲିବିୟା ତିବିରନାଙ୍କ ମୁତାବକ, ପାଖାପାଖି ୨,୬୦,୦୦୦ ଲୋକ ଭଲ୍ୟୁଣ୍ଟିୟର ହ୍ୟାକର୍ସଙ୍କ ଆଇଟି ଆର୍ମିରେ ସାମିଲ ହୋଇଛନ୍ତି। ଏହି ଆଇଟି ଆର୍ମିକୁ ୟୁକ୍ରେନ୍ର ଡିଜିଟାଲ ମନ୍ତ୍ରୀ ମାୟଖାଇଲୋ ଫେଡୋରୋବଙ୍କ କହିବାନୁସାରେ ସ୍ଥାପନ କରାଯାଇଥିଲା।
We are creating an IT army. We need digital talents. All operational tasks will be given here: https://t.co/Ie4ESfxoSn. There will be tasks for everyone. We continue to fight on the cyber front. The first task is on the channel for cyber specialists.
— Mykhailo Fedorov (@FedorovMykhailo) February 26, 2022
ଆଇଟି ଆର୍ମିରେ ସାମିଲ ହେଉଥିବା ଲୋକ ଏନ୍କ୍ରିପ୍ଟେଡ୍ ମେସେଜିଂ ସର୍ଭିସ ଟେଲିଗ୍ରାମ୍ ମାଧ୍ୟମରେ ଆକ୍ସେସ୍ କରିପାରୁଛନ୍ତି। ଏହି ଲୋକଙ୍କ ପାଖରେ ଅନେକ ରୁଷ କମ୍ପାନୀ ଓ ସଂସ୍ଥାର ତାଲିକା ରହିଛି। ସେମାନେ ଏହାକୁ ଟାର୍ଗେଟ କରୁଛନ୍ତି। ଏହି ଆର୍ମି ଏବେ ରୁଷର ମହାକାଶ ଏଜେନ୍ସିର ମଧ୍ୟ ଚିନ୍ତା ବଢ଼ାଇ ଦେଇଛି।
ଏହି ଆର୍ମି ରୁଷର ସରକାରୀ ୱେବ୍ସାଇଟ୍ଗୁଡ଼ିକ ଉପରେ ସାଇବର ଆଟାକ୍ କରି ଏହାକୁ ହ୍ୟାକ୍ କରୁଛନ୍ତି। ଏଥିସହ କେତେକ ବଡ଼ ବଡ଼ ସରକାରୀ ଅଫିସରଙ୍କ ଆକାଉଣ୍ଟକୁ ବି ଡିଆକ୍ଟିଭେଟ୍ କରିଦେଉଛନ୍ତି। ଫଳରେ ରୁଷ ପାଇଁ ସମସ୍ୟା ସୃଷ୍ଟି ହେଉଛି।
Read Also: ୟୁକ୍ରେନ୍ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା UAE, ବିନା ଭିସାରେ ପୂରାଇବାକୁ କଲା ମନା