ଲାଟେଷ୍ଟ ଫିଚର ସହିତ ଲଞ୍ଚ ହେଲା iPad Air, ରହିଛି ଆକର୍ଷଣୀୟ ଫିଚର

ବର୍ତ୍ତମାନ ଆପଲ କମ୍ପାନୀ ନୂଆ ନୂଆ ପ୍ରଡକ୍ଟ ମାର୍କେଟରେ ଲଞ୍ଚ କରୁଛି। ଆପଲ ତାର ନିଜର ଫୋନ୍ ଲଞ୍ଚ କରିବା ପରେ ଏହାର ଅନେକ ପ୍ରଡକ୍ଟ, ଯେମିତିକି ଆପଲ ଘଣ୍ଟା, ଆପଲ ସ୍ମାର୍ଟ୍ କ୍ୟାମେରା ଓ ଆପଲ ଆଇପ୍ୟାଡ ମଧ୍ୟ ଲଞ୍ଚ କରିଛି। ତେଣୁ ଗତକାଲି ଆପଲ ଏହାର ମେଗା ଇଭେଣ୍ଟରେ ଆଇପ୍ୟାଡ୍ ଏୟାର ଲଞ୍ଚ କରିଛି। M1 ଚିପସେଟ ସହିତ ଏହା ଲଞ୍ଚ ହୋଇଛି ଯାହାର ପୂର୍ବ ଅପେକ୍ଷା ଭଲ କ୍ୟାମେରା ରହିଛି।

ଆଇପ୍ୟାଡ୍ ଏୟାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୫୪,୯୦୦ ଟଙ୍କା ଓ ୱାଇ-ଫାଇ କନେକ୍ଟିଭିଟି, ୬୪ ଜିବି ଭାରିଆଣ୍ଟ ସହିତ ଏହା ମାର୍କେଟରେ ଲଞ୍ଚ ହୋଇଛି। ତେବେ ୱାଇ-ଫାଇ + ସେଲୁଲାର ସହିତ ୬୪ ଜିବି ମଡେଲର ମୂଲ୍ୟ ରହିଛି ୬୮,୯୦୦ ଟଙ୍କା। ୨୦୨୨ ଆପଲ ମେଗା ଇଭେଣ୍ଟରେ ନିଜର ନୂଆ ଆଇଫୋନ୍ ୧୩ ନୂଆ ସବୁଜ ରଙ୍ଗରେ ଲଞ୍ଚ କରିଛି। ଆଇଫୋନ୍ 13 ପ୍ରୋ ସହିତ ନୂଆ ଆଇଫୋନ୍ SE 3 କୁ ମଧ୍ୟ ଲଞ୍ଚ କରୁଛି ଆପଲ। ଯାହାର ଦାମ୍ ମଧ୍ୟ ଶସ୍ତା ରହିଛି।

ଏହି ଇଭେଣ୍ଟରେ ଆପଲ୍ ଆଇପ୍ୟାଡ୍ ଏୟାର ମଧ୍ୟ ଲଞ୍ଚ କରିଛି। ତେବେ ଏଥିରେ କମ୍ପାନୀର M1 ଚିପସେଟ ଦିଆଯାଇଛି, ଯାହା ପୂର୍ବରୁ iPad ର Pro ମଡେଲରେ ଅଛି। ଏହି ନୂଆ ଆଇପ୍ୟାଡ୍ ଏୟାରରେ ଏକ ଭଲ ଫ୍ରଣ୍ଟ କ୍ୟାମେରା ଦିଆଯାଉଛି। ଏହା ବ୍ୟତୀତ ସଫ୍ଟୱେୟାରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହାର ଦାମ୍ ବିଷୟରେ କହିବାକୁ ଗଲେ ଭାରତରେ ଆଇପ୍ୟାଡ୍ ଏୟାରର ପ୍ରାରମ୍ଭିକ ମୂଲ୍ୟ ହେଉଛି ୫୪,୯୦୦ ଟଙ୍କା। ନୂଆ ଆଇପ୍ୟାଡ୍ ଏୟାରରେ 256 ଜିବି ୱାଇ-ଫାଇ ଏବଂ ୱାଇ-ଫାଇ + ସେଲୁଲାର୍ ମଡେଲ ରହିଛି।

ମାର୍ଚ୍ଚ ୧୧ ରୁ ଏହା ବ୍ଲୁ, ସ୍ପେସ୍ ଗ୍ରେ, ଷ୍ଟାର ଲାଇଟ୍, ଗୋଲାପୀ ଏବଂ ବାଇଗଣୀ ରଙ୍ଗରେ iPad Air କୁ ମାର୍କେଟରେ ସେଲ୍ କରାଯିବ। ଏଥିରେ ଆପଣ
କ୍ୟାମେରା କ୍ୱାଲିଟି ଭଲ ପାଇବେ ଓ ସ୍ପେସ ମଧ୍ୟ ରହିଛି। ଆଇପ୍ୟାଡ୍ ଏୟାରର ସ୍ପେସିଫିକେଶନ ବିଷୟରେ କହିବାକୁ ଗଲେ ଏଥିରେ iPadOS 15 ମିଳିବ। ନୂଆ ଆଇପ୍ୟାଡରେ 2360×1640 ପିକ୍ସେଲର ରେଜୋଲୁସନ ରହିଛି। ଏଥିରେ 10.9-ଇଞ୍ଚର ଏଲଇଡି ବ୍ୟାକଲାଇଟ୍ ଲିକ୍ୱିଡ୍ ରେଟିନା ପିକ୍ସେଲ ରହିଛି ଏହାର ଡିସପ୍ଲେ ବ୍ରାଇଟନେସ ହେଉଛି 500 ନଟ୍ ।

ଏକ ଆଣ୍ଟି-ରିଫ୍ଲେଟିଂ କୋଟିଂ ସହିତ ଆସିଥାଏ ଯାହା ଟଚ୍ ଆଇଡି ମଧ୍ୟ ସପୋର୍ଟ କରେ। ଆଇପ୍ୟାଡ୍ ଏୟାରରେ M1 ପ୍ରୋସେସର ସହିତ 8 GB ପର୍ଯ୍ୟନ୍ତ RAM ଏବଂ 256 GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଆପଣ ପାଇବେ। କ୍ୟାମେରା ବିଷୟରେ କହିବାକୁ ଗଲେ, ନୂତନ ଆଇପ୍ୟାଡରେ ୧୨ ମେଗାପିକ୍ସେଲର ଚଉଡା ଆଙ୍ଗଲ୍ ଫ୍ରଣ୍ଟ କ୍ୟାମେରା ଅଛି, ଯାହାର ଆପେଚର ରହିଛି f/ 1.8। କ୍ୟାମେରାରେ ଅଟୋଫୋକସ୍, ପାନୋରାମା, ସ୍ମାର୍ଟ HDR 3, ଫଟୋ ଜିଓଟ୍ୟାଗିଂ, ଅଟୋ ଇମେଜ୍ ଷ୍ଟପ ଭଳି ଫିଚର୍ ରହିଛି। କ୍ୟାମେରାରେ ଆପଣ ୨୪, ୨୫, ୩୦ ଏବଂ 60fps ରେ 4K ଭିଡିଓ ରେକର୍ଡ କରିପାରିବେ। ଆଗରେ 12 ମେଗାପିକ୍ସେଲର ଅଲଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ମଧ୍ୟ ରହିଛି।

ଏହି ଆଇପ୍ୟାଡ୍ ଏୟାରରେ କନେକ୍ଟିଭିଟି ପାଇଁ 5G ୱାଇ-ଫାଇ 6, ବ୍ଲୁଟୁଥ୍ v5, ଜିପିଏସ୍ / ଏ-ଜିପିଏସ୍ ଏବଂ ଏକ USB ଟାଇପ୍-ସି ପୋର୍ଟ। ଏହା ସହିତ ଆପଲ୍ ପେନ୍ସିଲ୍ ମଧ୍ୟ ଦିଆଯାଉଛି। ଏହାର ବ୍ୟାଟେରୀ ପାୱାର ମଧ୍ୟ ଭଲ ରହିଛି । 28.6Wh ବ୍ୟାଟେରୀ ପ୍ୟାକ୍ ଏଥିରେ ରହିଛି ଯାହାକୁ ନେଇ ୧୦ ଘଣ୍ଟାର ଭିଡିଓ ପ୍ଲେବ୍ୟାକ ହୋଇପାରିବ ବୋଲି କମ୍ପାନୀ କହିଛି । ଏହା ସହିତ ଫାଷ୍ଟ ଚାର୍ଜିଂ ପାଇଁ ମଧ୍ୟ ସପୋର୍ଟ ଦିଆଯାଇଛି ଏବଂ 20W ୱାଟ ର USB C ଆଡାପ୍ଟର ମଧ୍ୟ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.