ପାରିବାରିକ କଳହକୁ ନେଇ ଘଟିଲା ଅଘଟଣ: ଦିଅରର କୋଦାଳ ଚୋଟରେ ଭାଉଜର ମୃତ୍ୟୁ

ରାୟଗଡା (କେନ୍ଯୁଜ୍): ରାୟଗଡା ଜିଲ୍ଲା ମୁନିଗୁଡା ସହରର ଗୈାଡ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ଦିଅରର କୋଦାଳ ଚୋଟରେ ଭାଉଜ ଝରଣା ସାହୁର ମୃତ୍ୟୁ ଘଟିଛି । ଆଜି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ରାଗିଯାଇ ଦିଅର ବାଳକୃଷ୍ଣ ସାହୁ ଏକ କୋଦାଳରେ ଭାଉଜର ମୁଣ୍ଡକୁ ଆକ୍ରମଣ କରିଥିଲା।

ପରିବାର ଲୋକେ ଗୁରୁତର ଅବସ୍ଥାରେ ଝରଣାକୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଖବରପାଇ ମୁନିଗୁଡା ପୋଲିସ ଅଭିଯୁକ୍ତ ବାଳକୃଷ୍ଣକୁ ଥାନାରେ ଅଟକ ରଖିଥିବା ବେଳେ, ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.