Below header

ଗୁଗୁଲ୍ କହିବ ଆପଣଙ୍କ ଇଣ୍ଟରନେଟ୍ ସ୍ପିଡ, କେବଳ ଏହି ସ୍ଟେପ ଫଲୋ କରନ୍ତୁ

ବର୍ତ୍ତମାନ ସବୁ କାମ ହେଉଛି ସ୍ମାର୍ଟଫୋନ ମଧ୍ୟମରେ, ଯାହା ପାଇଁ ଇଣ୍ଟରନେଟ ମଧ୍ୟ ଦରକାର ହୁଏ କିନ୍ତୁ ବେଳେବେଳେ ଏହି ଇଣ୍ଟେର୍ନେଟ ସ୍ପିଡ ମଧ୍ୟ କମ ହୋଇଯାଏ ଯାହା ପାଇଁ କିଛି ଜରୁରୀ କାମ କରୁଥିବା ବେଳେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଆମକୁ ଜଣାପଡେନି କେଉଁ କାରଣ ପାଇଁ ଏପରି ହୁଏ । ତେବେ ବର୍ତ୍ତମାନ ଆପଣ ନିଜର ଆପଣଙ୍କର ଇଣ୍ଟରନେଟ୍ କନେକ୍ସନ ଚେକ କରିପାରିବେ। ଗୁଗୁଲ୍ ମାଧ୍ୟମରେ ଇଣ୍ଟରନେଟ୍ ସ୍ପିଡ୍ ଯାଞ୍ଚ କରିବା ପାଇଁ ଆପଣଙ୍କୁ କିଛି ସହଜ ପ୍ରକ୍ରିୟା ଫଲୋ କରିବାକୁ ପଡିବ ।

ଇଣ୍ଟରନେଟ୍ କନେକ୍ସନ ଦେବା ସମୟରେ, ସେବା ପ୍ରଦାନକାରୀ କମ୍ପାନୀଗୁଡିକ ଇଣ୍ଟରନେଟ ସ୍ପିଡ ଦେବାକୁ କହିଥାନ୍ତି । କିନ୍ତୁ କିଛି ସମୟ ପରେ ଇଣ୍ଟରନେଟ୍ ବେଗରେ ବା ସ୍ପିଡରେ ଅସ୍ଥିରତା ଦେଖାଯାଏ । ଯଦି ଆପଣ ମଧ୍ୟ ଇଣ୍ଟରନେଟ୍ ସ୍ପିଡ୍ ଦ୍ୱାରା ଅସୁବିଧାର ସାମ୍ନା କରୁଛନ୍ତି, ତେବେ ସର୍ବପ୍ରଥମେ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କେତେ ସ୍ପିଡ ପ୍ରଦାନ କରୁଛନ୍ତି ତାହା ଯାଞ୍ଚ କରନ୍ତୁ ।

ନିଜର ଇଣ୍ଟେର୍ନେଟ ସ୍ପିଡ ଯାଞ୍ଚ କରିବା ପାଇଁ ଗୁଗଲ, ମେଜେରମେଣ୍ଟ ବା ଏମ-ଲ୍ୟାବ ସହିତ ବୁଝାମଣା କରିଛି। ଯାହା ଇଣ୍ଟରନେଟ୍ ସ୍ପିଡ୍ ଚେକ୍ କରିବ। ଏହା ଇଣ୍ଟରନେଟ୍ ରିସର୍ଚ୍ଚକୁ ପ୍ରମୋଟ କରିବା ପାଇଁ ସବୁ ରେଜଲ୍ଟକୁ ସର୍ବସାଧାରଣ ଭାବେ ପ୍ରକାଶ କରେ। ଯଦି ଆପଣଙ୍କର ଇଣ୍ଟରନେଟ୍ କନେକ୍ସନ ପାଇଁ ଆପଣଙ୍କୁ ହଇରାଣ ହେବାକୁ ପଡୁଛି ତେବେ ଗୁଗଲର ସାହାଯ୍ୟରେ ଆପଣ ଏହି ପରି ସ୍ପିଡ଼ ଯାଞ୍ଚ କରିପାରିବେ।

ଆସନ୍ତୁ ଜାଣିବା ଗୁଗୁଲରେ କିପରି ଇଣ୍ଟରନେଟ୍ ସ୍ପିଡ୍ ଯାଞ୍ଚ କରିବେ :
ଗୁଗଲରେ ଇଣ୍ଟରନେଟ୍ ସ୍ପିଡ୍ ଯାଞ୍ଚ କରିବାକୁ, ଆପଣଙ୍କୁ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ। ଏଥିପାଇଁ ଆପଣଙ୍କୁ କୌଣସି ଆପ୍ ଦରକାର ନାହିଁ । ଏଠାରେ ଆପଣ କେବଳ ତିନୋଟି ଶବ୍ଦ ବ୍ୟବହାର କରି ଇଣ୍ଟରନେଟ ସ୍ପିଡ ଯାଞ୍ଚ କରିପାରିବେ।

ଷ୍ଟେପ୍ 1- ଏଥିପାଇଁ ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ରେ Google.com ଖୋଲନ୍ତୁ।

ଷ୍ଟେପ୍ 2- ଏହା ପରେ, ସର୍ଚ୍ଚ ବାର୍ ରେ ରନ୍ ସ୍ପିଡ୍ ଟେଷ୍ଟ ଟାଇପ୍ କରି ସର୍ଚ୍ଚ କରନ୍ତୁ।

ଷ୍ଟେପ୍ 3- ସ୍ପିଡ ରେଜଲ୍ଟରେ ରନ୍ ସ୍ପିଡ୍ ଟେଷ୍ଟ ଲେଖିବା ମାତ୍ରେ ଏକ ଡାୟଲଗ୍ ବକ୍ସ ଖୋଲିବ।

ଷ୍ଟେପ୍ 4- ଏହି ଡାୟଲଗ୍ ବକ୍ସରେ ଏହା ଲେଖାଯାଇଛି ଯେ 30 ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଆପଣଙ୍କର ଇଣ୍ଟରନେଟ୍ ସ୍ପିଡ୍ ଯାଞ୍ଚ କରନ୍ତୁ।

ଷ୍ଟେପ୍ 5- ସ୍ପିଡ୍ ଟେଷ୍ଟ ସାଧାରଣତ 40MB ରୁ କମ୍ ଡାଟା ଟ୍ରାନ୍ସ୍ଫର କରେ । ଏହା ସାହାଯ୍ୟରେ, ଆପଣ ନିଜର ଇଣ୍ଟରନେଟର ଡାଉନଲୋଡ୍, ଅପଲୋଡ୍ ଏବଂ ଲେଟେନ୍ସି ସ୍ପିଡ ଜାଣିପାରିବେ।

ଷ୍ଟେପ୍ 6- ବକ୍ସରେ ନିମ୍ନରେ ଲେଖାଯାଇଥିବା ରନ୍ ସ୍ପିଡ୍ ଟେଷ୍ଟ ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ 7- ରନ୍ ସ୍ପିଡ୍ ଟେଷ୍ଟରେ କ୍ଲିକ୍ କରିବା ପରେ ଏକ ପପ୍ ଅପ୍ ଖୋଲିବ ଯେଉଁଥିରେ ଆପଣ ଇଣ୍ଟରନେଟ୍ ସ୍ପିଡ୍ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.