ଆଜି ବିଶ୍ୱ ଅଟିଜିମ ସଚେତନତା ଦିବସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସଚେତନତା ରାଲି

ଭୁବନେଶ୍ବର(କେନ୍ୟୁଜ୍): ଆଜି ବିଶ୍ୱ ଅଟିଜିମ ସଚେତନତା ଦିବସ । ଏହି ଅବସରରେ ରାଜ୍ଯ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସଚେତନତା ରାଲି କରାଯାଇଛି। ରାମ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ଭୀମଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଂହଁଚିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହୋଇଛନ୍ତି । ଅଟିଜିମ କୌଣସି ରୋଗ ନୁହେଁ। ସଠିକ ସମୟରେ ଏହାର ଚିହ୍ନଟ କରି ସଠିକ ଉପଶମ ଯୋଗାଇ ଦେଲେ ଅଟିଜିମ ପିଲା ମଧ୍ୟ ସକ୍ଷମ ହୋଇପାରିବେ। ଏହାର ଅନେକ ଉଦାହରଣ ଆଗରୁ ରହିଛି । ଅଭିଭାବକମାନେ ସଚେତନ ହୁଅନ୍ତୁ ଓ ଅଟିଜିମ ପିଲାଙ୍କୁ ସଠିକ ଶିକ୍ଷା ଦିଅନ୍ତୁ ବୋଲି କହିଛନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.