କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା: ଆଜି ସରୁଛି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

କେନ୍ୟୁଜ୍: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ସରିବ ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ସହ ଆଉ ୨ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଘନଘନ ଜେରା ଚଳାଇଛି କ୍ରାଇମ୍‌ବ୍ରାଞ୍ଚ। । ଆସନ୍ତାକାଲି ଚାନ୍ଦବାଲି JMFC କୋର୍ଟରେ ୪ ଜଣଙ୍କୁ ହାଜର କରାଯିବ। ପୁଣିଥରେ ରିମାଣ୍ଡରେ ଆଣିବାକୁ ଆବଦେନ କରିପାରେ କ୍ରାଇମବ୍ରାଞ୍ଚ ।

ଗତକାଲି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ନେଇ ୩ଟି ସ୍ଥାନରେ କ୍ରାଇମସିନ୍‌ ରିକ୍ରିଏସନ ପରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଅଣାଯାଇଥିଲା । ନିରଞ୍ଜନ, ରଞ୍ଜନ ଓ ଝୁନା ସହ ମୁହାଁମୁହିଁ ଜେରା କରାଯାଇଥିଲା । ନିରଞ୍ଜନ ତଦନ୍ତରେ ସହଯୋଗ କରୁନାହାନ୍ତି। ଆବଶ୍ୟକ ପଡିଲେ ନିରଞ୍ଜନଙ୍କ ପଲିଗ୍ରାଫ୍‌ ଟେଷ୍ଟ ହୋଇପାରେ।

ମାନସ ସ୍ୱାଇଁ ଅପହରଣ ଓ ହତ୍ୟା କଥା ମାନିଲେ ଶର୍ମିଷ୍ଠା । ହେଲେ ହତ୍ୟା ପଛର କାରଣ କ’ଣ କହିନାହାନ୍ତି ଶର୍ମିଷ୍ଠା । ଆଜି ସମସ୍ତ ଅଭିଯୁକ୍ତଙ୍କୁ ଏକାଠି ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.