ସୋସିଆଲ ମିଡିଆ ଟ୍ଵିଟରରେ ପ୍ରାୟତଃ ନିଜ ବିବାଦୀୟ ବୟାନ ଯୋଗୁ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା କମାଲ ଆର ଖାନ୍ ଏବେ ପୁଣି ଏକ ଟ୍ଵିଟ୍ କରିଛନ୍ତି। ଏହି ଟ୍ଵିଟ୍ ଯୋଗୁ ପୁଣିଥରେ ଲାଇମ୍ ଲାଇଟ୍କୁ ଆସିଛନ୍ତି କମାଲ ଆର ଖାନ୍। ଏଥରକ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଢ଼ୁଥିବା ଲୋକପ୍ରିୟତାକୁ ନେଇ ଟ୍ଵିଟ୍ କରିଛନ୍ତି।
କମାଲ ଆର୍ ଖାନ୍ ଟ୍ଵିଟ୍ କରି କହିଛନ୍ତି, ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେବା ପରେ ହିଁ ସେ ଭାରତ ଫେରିବେ।
Sir @myogiadityanath I will come back to India on that day only when you will become prime Minister of India. And I hope it will happen in 2024. All the best sir.
— KRK (@kamaalrkhan) April 6, 2022
କମାଲ ଏହି ଟ୍ଵିଟ୍ କରିବା ପରେ ଏବେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି। ଉତ୍ତର ପ୍ରଦେଶରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଲୋକମାନେ ତାଙ୍କୁ ତାଙ୍କ ରାଣ ମନେ ପକାଇ ଦେବାରୁ କମାଲ ଆର୍ ଖାନ୍ କହିଥିଲେ ଯେ ମୁଁ ତ ଏମିତି ମଜାରେ କହି ଦେଇଥିଲି।
ସୂଚନାଯୋଗ୍ୟ ଯେ କିଛି ଦିନ ତଳେ କମାଲ ଆର୍ ଖାନ୍ ଓରଫ୍ କେଆର୍କେ ଉତ୍ତର ପ୍ରଦେଶରେ ବିଜେପି ଓ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆସିବା ପରେ ଆଉ ଦେଶକୁ ଫେରିବେନି ବୋଲି ରାଣ ଖାଇଥିଲେ।
ତେବେ କେଆର୍କେଙ୍କର ଏକ ଟ୍ଵିଟ୍ରେ ଜଣେ ୟୁଜର ଲେଖିଛନ୍ତି- ତୁମେ ଆସନି ଚଳିବ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ ଆସିବ ବୋଲି କୁହ।
Tu mat aa chalega Rahul banega tab aayega Aisa bol
— Kashyap Oza (@kash_oza) April 6, 2022
ସେହିପରି ଆଉ ଜଣେ ପରାମର୍ଶ ଦେଇଛନ୍ତି- ଆପଣ ୨୦୨୪ରେ ଆଜମ୍ ଖାନ୍ଙ୍କ ବିରୋଧରେ ରାମପୁରରେ ନିର୍ବାଚନ ଲଢ଼ିବା ଦରକାର। ଦୁବାଇରୁ ଫେରିଆସ।
You should contest from Rampur against Azam Khan in 2024. Come back from Dubai 😀
— Tonmoy Sharma (@sharmat501) April 6, 2022
Also Read: ନିଆରା ଅନ୍ଦାଜ୍ରେ କୁନି ଝିଅର ଗୃହ ପ୍ରବେଶ କଲେ ଗୁରମିତ-ଦେବିନା, କେକ୍ କାଟି କଲେ ସେଲିବ୍ରେସନ୍