ଦେଓଘର ରୋପ୍‌ ୱେ ଦୁର୍ଘଟଣା: ୨ ମୃତ, ୨୦୦୦ ଫୁଟ ଉପରେ ଝୁଲିଛନ୍ତି ୫୦ରୁ ଅଧିକ ଯାତ୍ରୀ

ଝାରଖଣ୍ଡ ଦେଓଘର ନିକଟରେ ଥିବା ତ୍ରିକୁଟ ପାହାଡ ଶିଖରରେ ଥିବା ରୋପ୍‌ ୱେରେ ବଡ ଦୁର୍ଘଟଣା ଘଟିଛି। ଫଳରେ ୨ ମହିଳା ଯାତ୍ରୀ ମୃତ୍ୟୁବରଣ କରିଥିବ ବେଳେ ୫୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି। ୨୦୦୦ ଫୁଟ ଉପରେ ଝୁଲି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଟ୍ରଲିରୁ ୧୧ ଜଣକୁ ଉଦ୍ଧାର କରିଯାଇଛି। ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ କରାଯାଉଛି। ଲୋକଙ୍କୁ ଖାଦ୍ୟ ପହଞ୍ଚାଇବା ପାଇଁ ଡ୍ରୋନ୍‌ର ସହାୟତା ନିଆଯାଉଛି।

ରବିବାର ରାମ ନବମୀ ଅବସରରେ ତ୍ରିକୁଟ ପାହାଡରେ ଥିବା ରୋପ୍‌ ୱେକୁ ବୁଲିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା । ରୋପ୍‌ ୱେରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ଫଳରେ ପ୍ରଥମ ଟ୍ରଲିଟି ଖସିପଡ଼ିଥିଲା । ରେସକ୍ୟୁ ଅପରେସନରେ ଦୁଇଟି MI-17 ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ହେଲିକପ୍ଟରରେ ରେସକ୍ୟୁ କରାଯାଇ ୭ ଜଣ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ପିଲା ଏବଂ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ପାଖାପାଖି ୧୨ଟି ଟ୍ରଲି ଉପରେ ଝୁଲି ରହିଛି। ଏଥିରେ ୫୦ରୁ ଅଧିକ ଲୋକ ରହିଥିବା ସୂଚନା ମିଳିଛି।

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରେସକ୍ୟୁ ଅପରେସନ ଚାଲିଥିଲା। କିନ୍ତୁ ଅନ୍ଧାର ଯୋଗୁଁ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା। ସକାଳ ହେବାରୁ ସେନାର ସହାୟତା ନିଆଯାଥିଲା। ଦେଓଘରର ଡେପୁଟି କମିଶନର ମଞ୍ଜୁନାଥମ ମଞ୍ଜଶ୍ରୀ ସମସ୍ତ ପର୍ଯ୍ୟଟକଙ୍କ ସହିତ ନିରନ୍ତର କଥାବାର୍ତ୍ତା ହେଉଛି। ଇଣ୍ଡିଆନ ଆର୍ମି, ଏଟିବିପି, ଏନଡିଆରଏଫ ଏବଂ ଇଣ୍ଡିଆ ଏୟାରଫୋର୍ସର ସ୍ପେଶାଲ କମାଣ୍ଡ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଫସିଥିବା ସମସ୍ତ ଯାତ୍ରୀଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ତିନି ଶିଖର ପାହାଡ ହେବା ଯୋଗୁଁ ଏହାର ନାମ ତ୍ରିକୁଟ୍‌ ପର୍ବତ। ଦେଓଘର ଠାରୁ ୧୩ କିମି ଦୂର ଠୁମକା ରୋଡରେ ତ୍ରିକୁଟ ପର୍ବତ ରହିଛି। ଯେଉଁଠି ପର୍ଯ୍ୟଟକଙ୍କ ପାଇଁ ରୋପ୍‌ ୱେ ରହିଛି। ତ୍ରିକୁଟ ଭାରତର ସବୁଠାରୁ ଉଚ୍ଚ ରୋପ୍‌ ୱେ ସର୍ଭିସ ଯୋଗ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.