Below header

ଆଜି ଚୈତ୍ର ମାସ ଶେଷ ମଙ୍ଗଳବାର: ଜାଣନ୍ତୁ ମା’ମଙ୍ଗଳାଙ୍କ କିମ୍ବଦନ୍ତୀ ଓ ଘଣ୍ଟପାଟୁଆ ନୃତ୍ୟର ସ୍ବତନ୍ତ୍ରତା

କାକଟପୁର(କେନ୍ୟୁଜ୍): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାମଙ୍ଗଳା । ରାଜ୍ଯର ଅନ୍ଯାନ୍ଯ ଶକ୍ତିପୀଠ ମଧ୍ୟରୁ ଏ ହେଉଛି ଆଦ୍ୟ ଶକ୍ତିପୀଠ। ମା ମଙ୍ଗଳାଙ୍କ ମନ୍ଦିରରେ ଚାଲିଥାଏ ବାରମାଷରେ ତେରପର୍ବ। ସେଥିମଧ୍ୟରୁ ମାମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ହେଉଛି ପ୍ରମୁଖ ପର୍ବ। ଝାମୁଯାତ୍ରାର ଅନନ୍ଯ ପରମ୍ପରା ହେଉଛି ମଙ୍ଗଳାଙ୍କ ଘଣ୍ଟପାଟୁଆ ନୃତ୍ୟ ।ଏହି ନୃତ୍ୟ ମା ମଙ୍ଗଳାଙ୍କ ଆର୍ବିଭାବ ସହିତ ଜଡିତ। ଆଜି ହେଉଛି ମା ମଙ୍ଗଳାଙ୍କ ଚତୁର୍ଥ ପାଳି ଝାମୁଯାତ୍ରା। ପ୍ରତେକ ପାଳି ମଙ୍ଗଳବାର ଦିନ ମାଙ୍କ ମନ୍ଦିର ବେଢାରେ ଅନୁଷ୍ଠିତ ହେଉଛି ଘଣ୍ଟପାଟୁଆ ନୃତ୍ୟ।

ମା ମଙ୍ଗଳା କାହିଁ କେଉଁ ଆବହମାନ କାଳରୁ କାକଟପୁରରେ ପୂଜା ପାଇ ଆସୁଛନ୍ତି । ନୃସିଂହ ପୁରାଣ ମତ ଅନୁଯାୟୀ ମା ମଙ୍ଗଳା ହେଉଛନ୍ତି ଆଦିମାତା ଏବଂ ମାମଙ୍ଗଳାଙ୍କ ଦ୍ବାରା ହିଁ ସୃଷ୍ଟିର ସର୍ଜନା କରାଯାଇଛି । ମହାପ୍ରଭୁ ଜଗନ୍ନାଥ ଙ୍କ ସଂସ୍କୃତି ସହ ମା ମଙ୍ଗଳା ମନ୍ଦିର ଜଡିତ ହୋଇରହିଛି। ମଙ୍ଗଳା ମନ୍ଦିରରେ ଶ୍ରୀକ୍ଷେତ୍ର ପରି ବାରମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ। ସେହି ପରମ୍ପରା ଅନୁଯାୟୀଇ ଚୈତ୍ର ମାଷରେ ପାଳନ କରାଯାଉଛି ଝାମୁଜାତ୍ରା।ଏହି ଯାତ୍ରାରେ ଅନେକ ପରମ୍ପରା ଯୋଡିହୋଇ ରହିଥିବା ବେଳେ ସେଥିମଧ୍ୟରୁ ଅନନ୍ଯ ପରମ୍ପରା ହେଉଛି ଘଣ୍ଟ ପାଟୁଆ ନୃତ୍ୟ।

maa mangala

କିମ୍ବଦନ୍ତୀ କୁହେ ମା ମଙ୍ଗଳା ପ୍ରାଚୀନଦୀର ଜଳରୁ ଉଦ୍ଧାର ହୋଇଥିଲେ। କାକଟପୁର ର ଦୁଇ ସେବକ ବଟଦୀକ୍ଷିତ ଓ ହଟ ଦୀକ୍ଷିତ ଙ୍କୁ ମା ମଙ୍ଗଳା ସ୍ବପ୍ନାଦେଶ ଦେଇ ପ୍ରାଚୀନଦୀରୁ ଉଦ୍ଧାର କରିବା ପାଇଁ କହିଥିଲେ। ମାଙ୍କ ସ୍ବପ୍ନାଦେଶ ପାଇ ହଟ ଦୀକ୍ଷିତ ଓ ବଟ ଦୀକ୍ଷିତ ପ୍ରାଚୀ ନଦୀର ତଟରେ ମାଙ୍କୁ ଧ୍ୟାନ କରିଥିଲେ। ଏମିତି କିଛିଦିନ ବିତିଲା ପରେ ମାଙ୍କ କୌଣସୀ ସନ୍ଧାନ ନ ମିଳିବାରୁ ଦୁଇ ସେବକ ଅଗ୍ନି ଲଗାଇ ସେଥିରେ ପ୍ରାଣ ବିସର୍ଜନ କରିବା ପାଇଁ ଯାଉଥିବା ସମୟରେ ମା ମଙ୍ଗଳାଙ୍କ ଶୂନ୍ଯବାଣୀ ହୋଇଥିଲା। ମା କହିଥିଲେ – ହେ ଭକ୍ତ ତୁମ ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି। ତୁମେ ମୋତେ ପ୍ରାଚୀନଦୀର ଚକ୍ରଗଣ୍ଡରୁ ଉଦ୍ଧାର କର। ଏହାପରେ ମା ଙ୍କୁ ପ୍ରାଚୀନଦୀରୁ ଉଦ୍ଧାର କରଯାଇଥିଲା।ସେହିଦିନର କିମ୍ବଦନ୍ତୀ ଅନୁଯାଇ ଘଣ୍ଟପାଟୁଆ ନୃତ୍ୟ ମଙ୍ଗଳା ମନ୍ଦିରରେ ପ୍ରଚଳିତ ହୋଇଆସୁଅଛି।

ଅନ୍ଯପଟେ ଏହି ଘଣ୍ଟ ପାଟୁଆ ନୃତ୍ୟ କରୁଥିବା ସେବକ ଜଗତସିଂହପୁରର ଶାରଳା ପୀଠରୁ ଆସିଥାନ୍ତି । ଏହି ସେବକ ମାନେ ନିଷ୍ଠାର ସହକାରେ ମାଙ୍କ ବ୍ରତ ପାଳନ କରି ଦିନକୁ ଥରେ ମାତ୍ର ଅରୁଆ ଖାଇ ମାଙ୍କୁ ଧ୍ୟାନ କରିଥାନ୍ତି । ପ୍ରଥମେ ମାଙ୍କ ପାଖରୁ ଆଜ୍ଞାମାଳ ନେଇ ପ୍ରାଚୀନଦୀର ଘଟତୋଳା ଘାଟରୁ ମାଙ୍କ ପ୍ରତିରୂପ ସ୍ବରୂପ ଘଟକୁ ପ୍ରାଚୀନଦୀରେ ବୁଡାଇ ଜଳ ଆଣିଥାନ୍ତି। ସେଠାରେ ଜଳତୋଳି ସାରି ସୂର୍ଯ୍ଯଙ୍କୁ ଅର୍ଘ୍ଯ ଦେଇଥାନ୍ତି ଏବଂ ମା ମଙ୍ଗଳାଙ୍କୁ ଆବାହନ କରିଥାନ୍ତି ।

ଏହାପରେ ଘଣ୍ଟ ,ଘଣ୍ଟା,ଢୋଲ ,ମହୁରି ର ତାଳେ ତାଳେ ନାଚି ନାଚି ମଙ୍ଗଳା ମନ୍ଦିରକୁ ଆସିଥାନ୍ତି । ପ୍ରଥମେ ମାଙ୍କୁ ଦର୍ଶନ କରି ମାଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ କରି ମନ୍ଦିର ବେଢାରେ ଘଣ୍ଟପାଟୁଆ ନୃତ୍ୟ କରିଥାନ୍ତି।ଏହି ସମୟରେ ଶ୍ରଦ୍ଧାଳୁ ମାନେ ପାଟୁଆ ମାନଙ୍କ ଠାରୁ ଆଶ୍ରିବାଦ ନେଇଥାନ୍ତି। ପରେ ଏହି ପାଟୁଆ ମାନେ ଚୈତ୍ର ମାଷ ସାରା ବିଭିନ୍ନ ଗ୍ରାମମାନଙ୍କରେ ବୁଲି ବୁଲି ଏହି ପାଟୁଆ ନୃତ୍ୟ କରି ମାଙ୍କ ମହିମା ପ୍ରଚାର କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.