Below header

ଧନ ଆସିବା ପରେ କେବେ କରନ୍ତୁ ନାହିଁ ଏପରି କାମ, ମା’ ଲକ୍ଷ୍ମୀ ହେବେ କ୍ରୋଧିତ, ପୁଣି ପଡିପାରେ ଆର୍ଥିକ ସଙ୍କଟ

ଧନର ଲୋଭ ସମସ୍ତଙ୍କର ଅଛି | ଶାସ୍ତ୍ରରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ | ମାନ୍ୟତା ଯେ ତାଙ୍କ କୃପା ବିନା ଧନ ମିଳେନା | ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହେ, ତାଙ୍କ ନିକଟରେ ଧାନ ରତ୍ନ ର ଅଭାବ ରହେନି | ଚାଣକ୍ୟଙ୍କ ନୀତି ଅନୁଯାଇ ଧନ ଆସିବା ପରେ ବ୍ୟକ୍ତିକୁ ଅଧିକ ସଚେତନ ହେବା ଦରକାର | ମା’ ଲକ୍ଷ୍ମୀଙ୍କ ସ୍ଵଭାଵ ଚଞ୍ଚଳ | ତେଣୁ ଚାଣକ୍ୟଙ୍କ ଅନୁସାରେ ଧନ ଆସିବା ପରେ କଣ ନ କରିବା ଉଚିତ | ନଚେତ ଧନ ଚାଲି ଯାଇ ପୁଣି ଗରିବ ହୋଇଯିବେ |

ଲୋଭ କର ନାହିଁ

ଚାଣକ୍ୟଙ୍କ ଅନୁସାରେ କୌଣସି ବି ଲୋକକୁ ଅନ୍ୟର ଧନ ପ୍ରତି ଲୋଭ କରିବା ଉଚିତ ନୁହେଁ | ପରିଶ୍ରମ ଦ୍ୱାରା ଅର୍ଜନ କରାଯାଇଥିବା ଧନ ନିଜର ହୋଇଥାଏ | ବିନା ପରିଶ୍ରମ ର ଧନ ବେଶୀ ସମୟ ରହିନଥାଏ | ତେଣୁ ଲୋଭି ମନୁଷ୍ୟଙ୍କୁ ମା’ ଲକ୍ଷ୍ମୀ କୃପା କରନ୍ତି ନାହିଁ |

ଖରାପ ସାଙ୍ଗ ଠାରୁ ଦୂରରେ ରୁହନ୍ତୁ

ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ଖରାପ ସଂଗତ ଠାରୁ ଦୂରରେ ରହିବ ଉଚିତ | ଖରାପ ସଂଗତ ସର୍ବଦା ହାନି ପହଂଚାଇଥାଏ | ବ୍ୟକ୍ତିଙ୍କୁ ସର୍ବଦା ବିଦ୍ୱାନ, ଧାର୍ମିକ ଓ ଜ୍ଞାନୀ ଲୋକଙ୍କ ସହ ସଂଗତ କରିବା ଉଚିତ | ଖରାପ ଅଦତର ଲୋକଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହି ନଥାଏ |
ଆବଶ୍ୟକ ସମୟରେ ହିଁ କେବଳ ଧନ ଖର୍ଚ୍ଚ କରନ୍ତୁ | ଅଯଥା ଧନ ଖର୍ଚ୍ଚ କରନ୍ତୁ ନାହିଁ | ଧନକୁ ସର୍ବଦା ସମ୍ଭାଳି ରଖନ୍ତୁ ଓ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ | କାରଣ ଯିଏ ଧନର ସମ୍ମାନ କରେନି, ମା’ ଲକ୍ଷ୍ମୀ ତା ନିକଟରେ ରୁହନ୍ତି ନାହିଁ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.