ଜଳୁଛି ଅଧା ଓଡ଼ିଶା: ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌, ବାରିପଦାରେ ସର୍ବାଧିକ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ତାତି। ଜଳୁଛି ଅଧା ଓଡ଼ିଶା। ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ପଶ୍ଚିମ ଓଡ଼ିଶାର ୫ ସହରର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିଛି। ସର୍ବାଧିକ ତାପମାତ୍ରା ବାରିପଦାରେ ୪୨ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଛି।

ବଲାଙ୍ଗିରରେ ୪୨.୫, ଝାରସୁଗୁଡ଼ାରେ ୪୨.୪ ଓ ସୋନପୁରରେ ୪୨.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି। ଆଗାକୁ ତାତି ଆହୁରି ବଢିବ। ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.