ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ଗଲା ଜୀବନ

ଗଜପତି(କେନ୍ୟୁଜ୍) : ସ୍ତ୍ରୀକୁ ହାଣିଲା ସ୍ୱାମୀ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତକ ହେଲେ ଖିର ରଣଷଣ୍ଢ। ଗଜପତି ଜିଲ୍ଲା ମୋହନା ଥାନା କିଡ଼ାସିଙ୍ଗି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ସ୍ୱାମୀ କୋରା ରଣଷଣ୍ଢକୁ ପୋଲିସ ଗିରଫ କରିଛି। ଖିର ଶୋଇଥିବାବେଳେ ବିଳମ୍ବିତ ରାତିରେ କୋରା ତାକୁ ହତ୍ୟା କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.