ଭଦ୍ରକ: ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗ ଠାବ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଭଦ୍ରକ(କେ ନ୍ୟୁଜ): ଲୁଟେରା ଗ୍ୟାଙ୍ଗ ଠାବ । ଗତ ଏପ୍ରିଲ ୧୯ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଧରିତ୍ରୀ ନଗର ଅଞ୍ଚଳରେ ଏକ ସୁନା ଚେନ ଛିନତାଇ ହୋଇଥିଲା । ଜଣେ ମହିଳା ତାଙ୍କ ପିଲାକୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଡକାୟତ ମାନେ ତାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇଥିଲେ । ଯାହାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ଗ୍ରାମାଞ୍ଚଳ ପୋଲିସ ୩
ଜଣ ଲୁଟେରା ଓ ୧ ରିସିଭରକୁ ଗିରଫ କରିଥିଲା ।

ସେମାନଙ୍କ ନିକଟରୁ ଏକ ହୁଣ୍ଡାଇ କାର, ଦୁଇଟି ବାଇକ, ୫୫ ଗ୍ରାମର ଏକ ସୁନାଚେନ, ୨୦ ହଜାର ଟଙ୍କା, ମୋବାଇଲ ଫୋନ , ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ୍ କରିବା ସହ ବିଭିନ୍ନ ଆଇଡି କାର୍ଡକୁ ମଧ୍ୟ ପୋଲିସ ଜବତ କରିଛି । ସୂଚନାରୁ ଜଣାଯାଇଛିଯେ ଏହି ଲୁଟେରା ମାନେ ଆରଡ଼ି ଛକ ନିକଟରେ ଭଡ଼ା ନେଇ ରହୁଥିଲେ । ଏହି ଅଭିଯୁକ୍ତ ମାନଙ୍କ ନାଁରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ ଅଭିଯୋଗ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ SDPO ପ୍ରଭାସ ରଂଜନ ପାଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.