ଆଠଗଡ଼(କେନ୍ୟୁଜ୍): ମହଙ୍ଗା ପଡିଲା ସାମାନ୍ଯ ଅସାବଧନତା। ରୋଷେଇ ବେଳେ ଜଳିଗଲା ଟ୍ରକ୍। ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳରେ। ସୂଚନା ମୁତାବକ, ଖୁଣ୍ଟୁଣୀ ଥାନା ଗ୍ୟାରେଜ ପାଖରେ ଟ୍ରକ୍ ଭିତରେ ଗ୍ୟାସରେ ରୋଷେଇ କରୁଥିବାବେଳେ ହଠାତ୍ ଜଳିଗଲା ଟ୍ରକ୍ ।
ହୁତୁ ହୁତୁ ହୋଇ ଜଳିଗଲା ସମ୍ପୂର୍ଣ୍ଣ ଗାଡ଼ି। ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି। ସ୍ଥାନୀୟ ଲୋକ ଓ ଆଠଗଡ଼ ଦମକଳ ବାହିନୀ ମିଶି ନିଆଁକୁ ଆୟତ କରିଥିଲେ।