ଆଜି ଦୁନିଆରେ କ୍ୟାନସର ବା କର୍କଟ ସବୁଠୁ ଗମ୍ଭୀର ରୋଗ ଭାବେ ଠିଆ ହୋଇଛି । କ୍ୟାନସର ବହୁ ପ୍ରକାର ହୋଇଥାଏ ଯାହା ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ । କ୍ୟାନସର କୋଷ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏଥିପାଇଁ ଟ୍ୟୁମର ସୃଷ୍ଟି ହୋଇଥାଏ । ପ୍ରାରମ୍ଭରେ ଏହା ଏତେଟା ମାରାତ୍ମକ ହୋଇ ନଥାଏ । ଯଦି ଠିକ ସମୟରେ ଏହାର ଚିକିତ୍ସା କରାନଯାଏ, ତେବେ ଏହା ପ୍ରାଣଘାତକ ହୋଇପାରେ ।
ବଂଶାନୁଗତିକ ଭାବେ ହେଉଥିବା କ୍ୟାନସର ମାତ୍ର ୫ ରୁ ୧୦ ପ୍ରତିଶତ ହୋଇଥାଏ । ଯଦି କାହାର ପରିବାରରେ କାହାକୁ କ୍ୟାନସର ହୋଇଥାଏ, ତେବେ ସେମାନଙ୍କୁ ଅଧିକ ସତର୍କତା ରହିବା ଦରକାର । ତେଣୁ ଏଥିପାଇଁ ସେମାନଙ୍କୁ ଏକ ଠିକ ଲାଇଫଷ୍ଟାଇଲ ଆପଣେଇବା ଦରକାର । ମଦ ଓ ଧୂମପାନ ଠାରୁ ଦୂରରେ ରହିବା ଦରକାର । ଏଥିସହିତ ନିଜର ଖାଦ୍ୟ ପ୍ରତି ମଧ୍ୟ ସଚେତନ ରହିବା ଦରକାର । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଠାରୁ ଦୂରରେ ରହିବା ଦରକାର ।
ପ୍ରୋସେସ ମିଟ
ଯଦି ଆପଣ ପ୍ରୋସେସ ମିଟ ବା ମାଂସ ଖାଉଛନ୍ତି ତେବେ କ୍ୟାନସର ବିପଦ ଆହୁରି ବଢ଼ିପାରେ । ଏଥିରେ ପ୍ରିଜରଭେଟିଭ ଓ ଅଧିକ ସୋଡିୟମର ବ୍ୟବହାର କରାଯାଉଥିବାରୁ ଏହା ପେଟ ଓ ଅନ୍ତଃନଳୀ କ୍ୟାନସର ସୃଷ୍ଟି କରିଥାଏ ।
ବିଫ
ଯେଉଁ ପରିବାରରେ କ୍ୟାନସର ସମସ୍ୟା ରହିଥାଏ ସେମାନେ ବିଫ ସେବନ ଠାରୁ ଦୂରରେ ରହିବା ଉଚିତ୍ । ଏହାଦ୍ୱାରା କୋଲନ କ୍ୟାନସର ବିପଦ ବଢ଼ିଥାଏ । ଏହାଛଡ଼ା ବ୍ଲଡ କ୍ୟାନସର ରିସର୍ଚ୍ଚ ଫଣ୍ଡ ମଧ୍ୟ ବିଫ ଖାଉଥିବା ଲୋକଙ୍କୁ ସାବଧାନ କରିବା ସହ ସପ୍ତାହକୁ ୫୦୦ ଗ୍ରାମରୁ ଅଧିକ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ।
ଫ୍ରାଏଡ ଫିସ
ମାଛରେ ଓମେଗା-୩ ଫ୍ୟାଟି ଏସିଡ ମିଳିଥାଏ । ଯଦି ଏହାକୁ ଅଧିକ ଫ୍ରାଏ କରି ଦିଆଯାଏ, ତେବେ ଏହାର ଗୁଣ ଦୋଷରେ ବଦଳି ଯାଏ । ଯାହା କ୍ୟାନସର ସମସ୍ୟାକୁ ସୃଷ୍ଟି କରିଥାଏ । ମାଛକୁ ଅଧିକ ଫ୍ରାଏ କରିବା ଦ୍ୱାରା ପାନକ୍ରିୟାଟିକ,ଓଭରିୟନ, ଲିଭର,ବ୍ରେଷ୍ଟ ଓ ଇସୋଫେଗଳ କ୍ୟାନସର ସୃଷ୍ଟି କରିଥାଏ ।
ଲୁଣ
ଅଧିକ ଲୁଣ ସେବନ କରିବା ଦ୍ୱାରା କେବଳ ହାଇ ବିପି ନୁହେଁ କ୍ୟାନସର ମଧ୍ୟ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ । ଏକ ଗବେଷଣା ଅନୁଯାୟୀ ଲୁଣ ଓ ଲୁଣ ତିଆରି ଜିନିଷ ଯୋଗୁ ପେଟ କ୍ୟାନସର ସମସ୍ୟା ବଢ଼ିଥାଏ । ତେଣୁ ଅଧିକ ଲୁଣ ନ ଖାଇବାକୁ ଚେଷ୍ଟା କରନ୍ତୁ ।