ଏ ଭିଡିଓ ଦେଖନ୍ତୁ ଆଉ ଶିଖନ୍ତୁ, ଗରମରେ ଆଦୌ ଟାୟାର ପଙ୍କଚର୍ ହେବନି

ଏବେ ଯେପରି ଭାବରେ ପ୍ରଚଣ୍ଡ ଖରା ହେଉଛି ଏହାକୁ ମଣିଷ ତ ସହି ପାରୁନି ସେଠି ଜୀବଜନ୍ତୁଙ୍କ ଅବସ୍ଥା କଣ ହେଉଥିବ ଆପଣମାନେ ଭାବି ନିଅନ୍ତୁ । ଯେଉଁଠି ମଣିଷ ପକ୍ଷେ ଗରମ ସହିବା କଷ୍ଟକର ହୋଇପଡୁଛି ସେଠି ଜୀବଜନ୍ତୁଙ୍କ ସହ ଆପଣ ଚଳାଉଥିବା ଯାନ ବାହନ ଅବସ୍ଥା କଣ ହେଉଥିବ ଅନୁମାନ କରନ୍ତୁ। ଖାସ କରି ଗରମ ସମୟରେ ନିଜ କାରର ଟିକେ ଅଲଗା ଭାବେ ଯତ୍ନ ନେବା ନିହାତି ଜରୁରୀ । କାହିଁକିନା ଏହି ସମୟରେ କାର ଟାୟାର ବ୍ରଷ୍ଟ ହେବା ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେଣୁ ଗରମରେ ଆପଣ ନିଜ କାରର ଯତ୍ନ କେମିତି ନେବେ ଆଉ କେମିତି ନିଜ କାର ଟାୟାର ଯେମିତି ବ୍ରଷ୍ଟ କିମ୍ବା ପଙ୍କଚର ହେବ ନାହିଁ ସେ ସମ୍ପର୍କରେ ଆପଣଙ୍କୁ ଜଣାଇବୁ। ବାହାରର ବଢ଼ୁଥିବା ତାପମାତ୍ରାରେ ଏହି ସହଜ ଟିପ୍ସକୁ ଫଲୋ କରି ନା କେବଳ କାରର ଟାୟରକୁ ଅଧିକ ଦିନ ଲାଷ୍ଟିଙ୍ଗ କରିବ ବରଂ ଗରମରେ ଏହାକୁ ପଙ୍କଞ୍ଚର୍ ହେବାରୁ ବି ରକ୍ଷା କରିହେବ।

ଯଦି ସୁରକ୍ଷାକୁ ନଜରରେ ରଖିବା ତାହେଲେ କାର ଟାୟାରରେ ପ୍ରେସର ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଖରାଦିନେ ଟାୟାରର ପ୍ରେସର ବଢ଼ିଗଲେ ଏହା ଆପଣଙ୍କ ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ।ଏମିତିରେ ନିଜ କାରର ଟାୟାରରେ ସଠିକ ପ୍ରେସର ରଖନ୍ତୁ ଏବଂ ଗରମରେ ୧-୨ ପଏଣ୍ଟ କମ୍ ହେଲେ ଏହା ଆପଣଙ୍କ ପାଇଁ ଭଲ । ଏହା ବ୍ୟତୀତ ଆଜିକାଲି ମାର୍କେଟରେ କାରର ଟାୟାରରେ ପବନ ବଦଳରେ ନାଇଟ୍ରୋଜେନ୍ ଭର୍ତ୍ତି କରାଯାଇଥାଏ, ଯାହା ଗରମରେ କାରର ଟାୟାରକୁ ଥଣ୍ଡା ରଖିଥାଏ। ମନେ ରଖନ୍ତୁ ଗରମ ଋତୁରେ ଟାୟାରର ପ୍ରେସର ଅଧିକ ହେବା ଦ୍ୱାରା ଟାୟାର ଫାଟିବାର ଡର ରହିଥାଏ, ଯାହାଦ୍ୱାରା ବଡ ଦୁର୍ଘଟଣାର ସମ୍ମୁଖୀନ କରାଇପାରେ। ତେଣୁ ଆପଣ ସମୟ ସମୟରେ ଆପଣ କାରର ଟାୟାର୍ସ ପ୍ରେସର ଚେକ୍ କରନ୍ତୁ।

ଯଦି ଆପଣଙ୍କ କାରର ଟାୟାରକୁ ଅଧିକ ଦିନ ଲାଷ୍ଟିଙ୍ଗ୍ କରିବାର ଅଛି ତାହେଲେ ସମୟ ସମୟରେ ଏହାକୁ ରୋଟେଟ କରୁଥାନ୍ତୁ। ବାଇକରେ ଅଲଗା କାର ଟାୟାର୍ସ ଗୋଟିଏ ସାଇଜରେ ହୋଇଥାଏ ଏବଂ ଯଦି ୫,୦୦୦-୬,୦୦୦ କିଲୋମିଟର ଉପରେ ହେଲେ ଆଗ ଟାୟାର୍ସ ପଛରେ ଏବଂ ପଛ ଟାୟାର୍ସ ଆଗ ଭାଗରେ ଲଗାନ୍ତି ତ ଟାୟାର ଦୀର୍ଘ ଦିନ ପର୍ଯ୍ୟନ୍ତ ସର୍ଭିସ ଦେଇଥାଏ। କାରର ଆଗ ଟାୟାରରେ ପଛ ଟାୟାର ଅପେକ୍ଷା ଅଧିକ ଭାର ରହିଥାଏ। କାରର ଆଗ ଟାୟାର ପଛରେ ଲଗାଇବା ଦ୍ୱାରା କାରର ଚାରିଟି ଚକା ବରାବର ମାତ୍ରାରେ ଘୋରି ହୋଇଥାଏ ଏବଂ ଏହା ଦୀର୍ଘ ଦିନ ରହେ ।

କେବଳ ଗରମ ନୁହେଁ, କାରର ଟାୟାର୍ସକୁ ଲଙ୍ଗ୍ଲାଷ୍ଟିଙ୍ଗ କରିବା ପାଇଁ ସବୁ ଋତୁରେ ଆପଣଙ୍କୁ ଠିକଠାକ୍ ଡ୍ରାଇଭିଙ୍ଗ କରିବା ଜରୁରୀ। ବେଳେବେଳେ ଆମେ ଜାଣତରେ ହେଉ ଅଜାଣତରେ ରଫ୍ ଡ୍ରାଇଭ୍ କରନ୍ତି ଏବଂ ବ୍ରେକ୍‌ ବି ବହୁତ ଜୋର ଲଗାଇ ଦିଅନ୍ତି, ଯେଉଁ କାରଣରୁ ଟାୟାର ଉପରେ ଅଧିକ ପ୍ରେସର ପଡିଥାଏ ଏବଂ ଟାୟାର ଜଲଦି ଘୋରି ହୋଇଯାଏ। ଖରା ଦିନେ ଟାୟାର ଏବଂ ରାସ୍ତା ଉଭୟ ଗରମ ହୋଇଥାଏ । ତେଣୁ ରବର ଅଧିକ ଘସି ହୋଇଯାଏ। ଯଦି ଆପଣ କାର ଟାୟାର୍ସକୁ ଅଧିକ ଦିନ ଧରି ଭଲରେ ରଖିବାକୁ ଚାହୁଁଥାନ୍ତି ତାହେଲେ ଆରାମରେ ନିଜ କାର ଡ୍ରାଇଭ୍ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.