ବାଙ୍କୀ(କେନ୍ୟୁଜ): ଏ ଦୁନିଆରେ ସବୁ ସମ୍ପର୍କଠୁ ମା ଓ ଝିଅର ସମ୍ପର୍କ ନିଆରା । ଏହା ଏକ ଏମିତି ବନ୍ଧନ ଯାହା ସାରା ଜୀବନ ପାଇଁ । ଗୋଟେ ମା ନିଜ ଝିଅଟିକୁ ବେଶି ସ୍ନେହ ଆଦରରେ ବଢାଇଥାଏ । କାହିଁକିନା ସେ ଦିନ ବାପଘର ଛାଡି କାହା ଘର ବୋହୂ ହୋଇ ସବୁ ଦିନ ପାଇଁ ଚାଲିଯାଏ । ଠିକ ସେହି ପରି ଝିଅ ମାନେ ମଧ୍ୟ ନିଜ ମାଙ୍କୁ ବହୁତ ଭଲ ପାଇଥାନ୍ତି । ମା ହିଁ ଝିଅ ମାନଙ୍କର ସବୁଠାରୁ ଭଲ ସାଙ୍ଗ ହୋଇଥାନ୍ତି।। ତେବେ ଦର୍ଶକବନ୍ଧୁ ଏମିତି ଏକ ଘଟଣା ଆସି ପହଁଛି ଯାହା ମା ଝିଅର ପବିତ୍ର ସମ୍ପର୍କକୁ ତଳେ ପକାଇଛି।
ଆପଣ ତ ଜାଣିଛନ୍ତି ଗତକାଲି ସାରା ବିଶ୍ବ ପାଳନ କରିଛି ମାତୃ ଦିବସ। ହେଲେ ସେହି ମାତୃ ଦିବସ ଅବସର ଗୋଟେ ମାକୁ ଏମିତି ଉପହାର ଦେଇଛି ଝିଅ, ଯେଉଁଥି ପାଇଁ କାନ୍ଦୁଛି ଗୋଟେ ମା । ସମ୍ପତ୍ତି ପାଇଁ ଜନ୍ମ କରିଥିବା ମା କୁ ଘୋଷାଡି ମାରିଛି ଝିଅ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋଳାଗଣ୍ଡ ପଞ୍ଚାୟତର ରଜୀବ ଗାଁରେ ଦେଖିବାକୁ ମିଳିଛି ଏପରି ଦୁଃଖଦ ଘଟଣା । ବିବାହିତ ଝିଅ ନିଜ ଶାଶୁଘର ଗ୍ରାମରେ ନ ରହି ପାରିବାରିକ କହଳ କାରଣରୁ କିଛି ଦିନ ହେବ ବାପ ଘରେ ରହି ଆସୁଥିଲେ। ତେବେ କଥାରେ ଅଛି ବିପତି ବେଳେ ବିପରିତ ବୁଦ୍ଧି।
ଧୀରେ ଧୀରେ ଜାଗା ଖଣ୍ଡେଦେବାକୁ ମା କୁ କହିଥିଲା କିନ୍ତୁ ମା ପାଇଁ ସବୁ ଛୁଆ ସମାନ। ତାଙ୍କର ଆଉ ଦୁଇ ପୁଅ ଓ ଦୁଇ ଝିଅ ଥିବାରୁ ଜାଗା ଦେବାକୁ ମନା କରିଦେଇଥିଲେ ମା । ତେବେ କାହିଁକି ମନା କଲେ ବୋଲି ମା ଙ୍କୁ ସର୍ବ ସମ୍ମୁଖରେ ଘୋଷାଡି ଘୋଷାଡି ଆଣି ପ୍ରବଳ ମାଡ଼ ମାରିଥିଲେ। ନାତୁଣୀ ମଧ୍ଯ ଫୁଲ୍ ସହଯୋଗ କରିଥିଲେ ଜେଜେମାକୁ ମାରିବାକୁ। ତେବେ ବୃଦ୍ଧା ଜଣଙ୍କ ପାଟି କରିବାରୁ ତାଙ୍କ ମୁହଁରେ ଲୁଗା ଦେଇ ମାଡ଼ ମାରିଥିଲା ଉଭୟ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ତେବେ ପୁଅ ମାନେ ଘରେ ନଥିବାରୁ ମା ବାଧ୍ୟ ହୋଇ ନିକଟସ୍ଥ ବୈଦେଶ୍ୱର ଥାନାକୁ ଯାଇ ସୁରକ୍ଷା ପାଇଁ ନେହୁରା ହୋଇଥିଲେ । ହେଲେ ପୋଲିସ ଅତି ହାଲୁକାଭାବେ ଘଟଣାଟିକୁ ନେଇ ବୃଦ୍ଧା ମାକୁ ଫେରାଇଦେଇଥିଲା । ଯାହା ମା ତାର କୋହଭରା କଣ୍ଠରେ କହିଛି। ଏହି ଖବର ପୁଅ ପାଖରେ ପହଞ୍ଚିବା ପରେ ପୁଅ ପହଁଚି ତୁରନ୍ତ ଘର ଛାଡିବାକୁ ମାଡ଼ ମାରିଥିବା ଭଉଣୀଙ୍କୁ କହିଛନ୍ତି।