ହିଞ୍ଜିଳିକାଟୁ (କେନ୍ୟୁଜ): ଘରେଇ ସ୍କୁଲ ବସ ଓ ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ହରିକୃଷ୍ଣପୁର ଗ୍ରାମ ନିକଟ ରେ ଆଜି ଘଟିଛି ଏଭଳି ସଡ଼କ ଦୁର୍ଘଟଣା। ବାଦଗଡ ଗ୍ରାମର ଶଙ୍କର ସ୍ୱାଇଁ ଗାଁରୁ ମୋଟର ସାଇକେଲରେ ଶେରଗଡ଼ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଘରେଇ ସ୍କୁଲ ବସ ସହ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା।
ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ଶେରଗଡ଼ ମେଡିକାଲ୍ ରେ ଭର୍ତି କରିଥିଲେ। ଅବସ୍ଥା ସଙ୍କଟପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର ରେ ବେଳେ ତାଙ୍କର ମୃତ ହୋଇଥିବା ଶେରଗଡ଼ ଥାନା ଅଧିକାରୀ ମନୋଜ ସାହୁ କହିଛନ୍ତି।