ଗୋଟିଏ ଆମ୍ବ ୨୦୦୦ ଟଙ୍କା, ଆଡଭାନ୍ସରେ ଚାଲିଛି ବୁକିଙ୍ଗ

ଫଳ ଭିତରେ ଆମ୍ବକୁ କୁହାଯାଏ ରାଜା । ବିଭିନ୍ନ ସ୍ଥାନରେ ଆମ୍ବ ଫଳିଥାଏ । ସେମିତି ସ୍ଥାକୁ ନେଇ ଏହି ଫଳର ରଙ୍ଗରୂପ ବି ଅଲଗା । ଆମ୍ବ ଭିତରେ ଦଶହରୀ, ଚୌସା, ଲଂଗଡା, ବାଇଗଣ ପଲେଇ, ସୁନ୍ଦରୀ, ତୋଟାପାଲି, ଆଖୁରସ, ନିଲମ ଆଦି ରହିଛି । କିନ୍ତୁ ଆଜି ଆମେ ଏକ ଆମ୍ବ ବିଷୟରେ କହିବୁ ଯାହାର ଓଜନ ପାଞ୍ଚ କିଲୋ ଯାଏଁ ହୋଇପାରେ । ଏହା ଆମ୍ବଙ୍କ ଭିତରେ ରାଣୀ କୁହାଯାଏ । ଯାହାର ନାମ ନୂରଜାହାଁ କୁହାଯାଏ ।

ନୂରଜାହାଁ କିସମର ଆମ୍ବର ଓଜନ ପାଖାପାଖି ୫କିଲୋ ଯାଏଁ ବି ହୋଇପାରେ । ତେଣୁ ଏଥର ଚାଷୀଙ୍କ ଆଶା ରହିଛି କି ଯଦି ପାଗ ଠିକ ରହେ ତେବେ ନିଶ୍ଚୟ ଆମ୍ବ ସେମାନଙ୍କୁ ଲାଭବାନ କରିବ । କିନ୍ତୁ ଆପଣ ହୁଏତ ଜାଣିନଥିବେ ଯେ ଏ ଆମ୍ବ କେଉଁଠୁ ମିଳେ । କହିରଖୁଛୁ ଏହି ପ୍ରଜାତି ଆଫଗାନୀସ୍ତାନୀ ଇଲାକାରୁ ଅଟେ ।

ମଧ୍ୟପ୍ରଦେଶର ଅଲ୍ଲୀରାଜପୁର ଜେଲରେ କଣ୍ଠିୱାଡା ଅଞ୍ଚଳରେ ନୂରଜାହାଁ ଆମ୍ବର ହାତଗଣତି ଗଛ ମିଳିଥାଏ । । ଗୁଜୁରାଟରୁ ସଟ୍ଟା ଅଞ୍ଚଳ ମଧ୍ୟରେ ଇନ୍ଦୋରରୁ ପାଖ ପାଖାପାଖି ୨୫୦କିଲୋମିଟର ଦୂର ଅଟେ । ଏକ ଉତ୍ପାଦକ ଅନୁସାରେ ଆମ୍ବ ୧୫ଜୁନ ମଧ୍ୟରେ ପାଚି ପ୍ରସ୍ତୁତ ହୋଇଯିବ । ତାଙ୍କର କହିବା କଥା କି ଏଥର ଏହି ଆମ୍ବର ଓଜନ ପାଖାପାଖି ୪କିଲୋଗ୍ରାମରୁ ଅଧିକ ହେବ ।

ଆଶ୍ଚର୍ଯ୍ୟର କଥା କି ଏହି ଆମ୍ବକୁ ଲୋକେ ଆଡବାନ୍ସ ବୁକିଂ କରୁଛନ୍ତି । ଦେଶ ବିଦେଶରେ ପ୍ରାୟ ଧନୀବ୍ୟକ୍ତିଙ୍କର ଏହି ଆମ୍ବ ବେଶ ପସନ୍ଦ ତେଣୁ ଏହାକୁ ଧନୀ ଆମ୍ବ ମଧ୍ୟ କେତେକ କହନ୍ତି । ଭାରତରେ ହୁଏତ ଆପଣଙ୍କୁ ଆମ୍ବ ସିଜିନ ହେଲେ ୬୦ କିମ୍ବା ୭୦ରେ ପ୍ରତି କିଲୋ ମିଳିଯାଉଥିବ । କିନ୍ତୁ ନୂରଜାହାଁ ଆମ୍ବରୁ ଗୋଟିଏ କେବଳ ୨୦୦୦ଟଙ୍କା ହୋଇଥାଏ ।

ଆଫଗାନିସ୍ତାନରେ ସର୍ବପ୍ରଥମେ ଏହି ନୂରଜାହାଁ ଆମ୍ବକୁ ଦେଖିବାକୁ ମିଳିଥିଲା । ମୋଗଲ କାଳରେ ଏକ ଶକ୍ତିଶାଳୀ ରାଣୀ ନୂରଜାହାଁ ଥିଲେ । ଯାହାଙ୍କ ନାମରେ ଏହି ରାଣୀଙ୍କ ନାମ ରଖାଗଲା । କଣ୍ଠିୱାଡା ଅଞ୍ଚଳରେ ନୂରଜାହାଁ ଆମ୍ବର ସୃଷ୍ଟି । ଯାହା ମଧ୍ୟପ୍ରଦେଶର ଅଲ୍ଲୀରାଜପୁର ଜିଲ୍ଲାରେ ଅବସ୍ଥିତ । ଏକ ରିପୋର୍ଟ ହିସାବରେ ଆମ୍ବ ଉତ୍ପାଦକ ଜଣକ କହିଲେ କି ଗତ ବର୍ଷ ଏହି ଫଳର ଓଜନ ସାଢେ ତିନି କିଲୋରୁ ଅଧିକ ଥିଲା ।

ଆମ୍ବ ଉତ୍ପାଦକ କହିଲେ କି ଏବେଠୁ ଗୁଜୁରାଟର ଅନେକ ଲୋକ ଏହାର ବୁକିଙ୍ଗ ବିଷୟରେ ପଚାରୁଛନ୍ତି । ତାଙ୍କର କହିବା କଥା କି ଏଥର ଗୋଟିଏ ଆମ୍ବକୁ ୧୦୦୦ କିମ୍ବା ୨୦୦୦ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଉଛନ୍ତି । ଗତ ଥର ଏହି ଆମ୍ବକୁ ୫୦୦ରୁ ୧୫୦୦ ଭିତରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନା ହିସାବରେ ନୂରଜାହାଁ ଆମ୍ବର ଗଛରେ ସାଧାରଣତ ଜାନୁଆରୀ ଫେବୃଆରୀ ମାସରେ ବଉଳ ଆସିଥାଏ । ଏହି ଫଳ ଜୁନ ୧୫ମଧ୍ୟରେ ବା ଜୁନର ପ୍ରଥମ ଭାଗରେ ପାଚିଯାଇଥାଏ । ଏହି ଆମ୍ବର ଫଳ ୧୧ଇଞ୍ଚ ଯାଏଁ ଲମ୍ବା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.