ହିଞ୍ଜିଳିକାଟୁ : ବିଦ୍ୟୁତ ଖୁଣ୍ଟରେ ଲାଗି ନାବାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ (କେନ୍ୟୁଜ): ବିଦ୍ୟୁତ ଖୁଣ୍ଟରେ ଲାଗି ନାବାଳକଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁ ବେଲଶ୍ୱର ଶିବ ମନ୍ଦିରରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଲାଗି ଗଣ୍ଡଳା ଗ୍ରାମର ଚିତ୍ତରଞ୍ଜନ ମହାନ୍ତି ନାମକ ଜଣେ ୧୫ବର୍ଷ ନାବାଳକ ଗୁରୁତର ହୋଇଥିଲେ। ତାଙ୍କୁ ବେଲଗାଁ ମେଡିକାଲ୍ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇଁ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ୍ ପଠାଇ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.