ପୁରୀ: ତାଳଧ୍ଵଜ ରଥର ଡାହୁକ ସ୍ବରାଜ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ

 ପୁରୀ(କେ ନ୍ୟୁଜ):  ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ଡାହୁକ ସ୍ବରାଜ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସେ ଅଠରନଳା ସ୍ଥିତ ଘର ସାମ୍ନାରେ ବସିଥିବା ବେଳେ ଏକ ବରଯାତ୍ରୀରେ ଆସିଥିବା ଯୁବକମାନେ ତାଙ୍କ ଘର ସାମ୍ନାରେ ବସି ମଦ୍ୟପାନ କରିଥିଲେ । ସେ ଏହାର ବାରଣ କରିବାରୁ ୨୦-୨୫ ଜଣ ଯୁବକ ଏକତ୍ରିତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କ ହାତ ଭାଙ୍ଗିଯାଇଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବାରୁ ପ୍ରଥମେ ତାଙ୍କୁ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.