ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହୁଏ ଦେବୀ ନାରାୟଣୀଙ୍କ ଯାତ୍ରା, ଯୋଗ ଦେଇଛନ୍ତି ଅନେକ ଶ୍ରଦ୍ଧାଳୁ

ଫୁଲବାଣୀର ଶାଳବନ ମଧ୍ୟରେ ବିରାଜିତ ହୋଇଛନ୍ତି ସହରର ଅଧିଷ୍ଠାତ୍ରୀ ଦେବୀ ମା ନାରାୟଣୀ। ମା ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ପିଲାଠରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ମାଆଙ୍କ ଶରଣ ପଶିଥାନ୍ତି। କୁହାଯାଏ ଯେ ମାଆଙ୍କୁ ଦୁଃଖରେ ଡାକିଲେ ଓ କରନ୍ତି। ଆଶିର୍ବାଦ ଦେବା ସହ ସମସ୍ତ ବିପ ଦରୁ ରକ୍ଷା କରନ୍ତି। ପରମ୍ପରା ଅନୁଯାୟୀ ଏଠି ପ୍ରତି ଦୁଇବର୍ଷକୁ ଥରେ ମାଆ ନିଜ ବାପଘରକୁ ଆସନ୍ତି , ସାଥିରେ ଭଉଣୀଙ୍କୁ ଧରି ଏକାଠି ସନ୍ଧ୍ୟା ସମୟରେ ନଗର ଭ୍ରମଣ କରିଥାନ୍ତି। ଏହାକୁ ମାଆଙ୍କ ଯାତ୍ରା ରୂପେ ଜଣାଯାଏ।
ଚଳିତ ବର୍ଷ କୋଭିଡ କଟକଣା କୋହଳ ହେବା ପରେ ପୁଣି ଥରେ ଯାତ୍ରା ଆରମ୍ଭ ହୋଇଛି। ଗତ ମେ୩ ତାରିଖରୁ ମାଆଙ୍କ ଏହି ଯାତ୍ରା ଆରମ୍ଭ ହୋଇଛି। ଦୁଇ ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଭଉଣୀଙ୍କୁ ସାଙ୍ଗରେ ଧରି ବାପଘରକୁ ଦେବୀ ଯାଇଥାନ୍ତି। ପ୍ରତି ଗୁରୁବାର ଓ ସଂକ୍ରାନ୍ତିକୁ ଛା ଡ଼ି ଅନ୍ୟ ଦିନରେ ମା ଭଉଣୀଙ୍କୁ ସାଙ୍ଗରେ ନେଇ ନଗର ଭ୍ରମଣ କରିଥାନ୍ତି। ସେଠାରେ ପ୍ରତିଟି ଲୋକଙ୍କ ଦୁଆରେ ପହଞ୍ଚି ଭୋଗ ଖାଇଥାନ୍ତି। ଏହାସହ ମନୋବାଞ୍ଛା ପୂରଣ କରିଥାନ୍ତି।
ମାଆ ଅକ୍ଷୟ ତୃତୀୟା ଦିନ ହାତପଦ ସ୍ଥିତ ଅସ୍ଥାୟୀ ମଣ୍ଡପକୁ ଆସି ଭଉଣୀ ମାନଙ୍କ ପାଖରେ ରହି ନଗର ଭ୍ରମଣ କରି ବାପ ଘରେ ସାବିତ୍ରୀ ସାରି ପୁଣି ମନ୍ଦିରକୁ ଫେରିଯାନ୍ତି।
ତେବେ ମାଆଙ୍କ ଏହି ପୂଜା ୧୯୭୨ ମସିହାରୁ ଚାଲିଆସୁଛି। ମହାମାରୀ କରୋନା ପାଇଁ ଜିଲ୍ଲା ପ୍ରଶାସନ ନାରାୟଣୀ ଯାତ୍ରା ପାଇଁ ଅନୁ ମତି ଦେଇନଥିଳେ। କିନ୍ତୁ ଚଳିତ ବର୍ଷ ପ୍ରଶାସନ ୨୯ ଦିନ ପାଇଁ ଯାତ୍ରାର ଅନୁମତି ଦେଇଛନ୍ତି। ପ୍ରଥମେ ମନ୍ଦିର ପରିଚାଳନା କମିଟି, ପ୍ରଶାସନ ଓ ଭକ୍ତମାନେ ବାଜା ବାଣ ଫୁଟାଇ ମହାପଟୁଆରରେ ମାଆଙ୍କ ମନ୍ଦିରକୁ ଯାଇଥାନ୍ତି। ସେଠାରେ ମାଆଙ୍କୁ ମନ୍ଦାର ଫୁଲ ଅର୍ପଣ କରାଯାଏ। ପରେ ମାଆଙ୍କ ଆରଧାନା କରାଯାଏ। ଦିଆଯାଇଥିବା ମନ୍ଦାର ମାଳ ଆପେ ଆପେ ମାଙ୍କ ମୁଣ୍ଡରୁ ଖସି ସେହି ଚାଙ୍ଗୁଡିରେ ପଡେ। ଯାହାକୁ ମାଆଙ୍କ ଆଜ୍ଞା ମାଳ ବୋଲି କୁହାଯାଏ।
ମା ଙ୍କ ଆଜ୍ଞା ମାଳ କୁ ପୁଣି ମହାପଟୁଆରରେ ଆଣି ହାତପଦା ସ୍ଥିତ ଅସ୍ଥାଇ ମଣ୍ଡପ ରେ ଏକ ଘାଟ ରେ ସ୍ଥାପନ କରାଯାଏ । ସେହି ଦିନ ସକାଳୁ ମା ଙ୍କ ଅନ୍ଯ ଚାରି ଭଉଣୀ ବ୍ରାହ୍ମଣୀ ଦେବୀ, ବରାଳଦେବୀ, ବ୍ଯାଘ୍ର ଦେବୀ ଓ ଗ୍ରାମ ଦେବୀ ଙ୍କୁ ବରଣ କରି ଆଣି ଅସ୍ଥାଇ ମଣ୍ଡପ ରେ ରଖାଯାଇଥାଏ । ତା ପରଦିନ ମା ବିଶ୍ରାମ କରି ବାହାରି ପଡନ୍ତି ନଗର ଭ୍ରମଣ ପାଇଁ ।
ଗମ୍ଭୀରା ଘରୁ ମା ପାଞ୍ଚ ଠାକୁରାଣୀ ବାହାରିଲା ବେଳେ ମା କାଳୀ ପାଞ୍ଚ ଠାକୁରାଣୀଙ୍କ ଆଗରେ ଉଗ୍ର ରୂପ ନେଇ ନାଚି ନାଚି ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଷ୍ଟ ଶକ୍ତି ମାନଙ୍କୁ ବିନାଶ କରି ପାଞ୍ଚ ଠାକୁରାଣୀ ମାନଙ୍କୁ ବାଟ କଢାଇ ନିଅନ୍ତି । ମା ଯୁଆଡେ ଯାନ୍ତି ଝୁଣା , ଛୁଆ ଚନ୍ଦନ ବାସ୍ନା ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ମା ଅସ୍ଥାଇ ମଣ୍ଡପରେ ରହିଲା ପର୍ଯ୍ଯନ୍ତ ପାଞ୍ଚ ଦେବୀଙ୍କ ସକାଳ 4 ରୁ ମାର୍ଜନା ,ମଙ୍ଗଳ ଆରତି ପରେ ଭକ୍ତଙ୍କ ଦର୍ଶନ ପାଇଁ ଦ୍ାର ଖୋଲା ଯାଏ ଖାରବେଳେ ଅର୍ଣ୍ଣ ଭୋଗ ଲାଗି ପହଡପଡେ ପୁଣି 4 ରୁ ଦ୍ଵାର ଖୋଲାଯାଏ ସନ୍ଧ୍ୟ୍ରାରେ ଆଳତି ସାରିଲା ପରେ ମା ପାଞ୍ଚ ଠାକୁରାଣୀ ନଗର ଭ୍ରମଣରେ ବାହାରି ପଡନ୍ତି ।
ମେ ୩ ତାରିଖରୁ ଜୁନ ୧ ତାରିଖ ପର୍ଯ୍ଯନ୍ତ ମା ଙ୍କ ଯାତ୍ରା ଚାଲିବ । ମା ଙ୍କ ଯାତ୍ରା ଭାଇଚାରର ଯାତ୍ରା , ଏହି ଯାତ୍ରାକୁ କନ୍ଧମାଳ ପ୍ରଶାସନର ସହଯୋଗରେ ଯାତ୍ରା ପରିଚାଳନା କମିଟି ଆୟୋଜନ କରିଥାନ୍ତି । ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ତେଣୁ ଏହାକୁ ଦେଖି ପ୍ରଶାସନ ବ୍ଯାପକ ବନ୍ଦୋବସ୍ତ କରିଥାଏ ।