ମାଲକାନଗିରି(କେନ୍ୟୁଜ୍) : ମାଲକାନଗିରି ବିଏସଏଫକୁ ବଡ ସଫଳତା । ମାଓ ଦମନ ଅପରେସନ୍ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଜଡାମ୍ବ ଥାନା ଧକଡପଦର ଓ ବଚେଲୀପଦର ଗାଁ ନିକଟ ଜଙ୍ଗଲରେ ବିଏସଏଫ ଜବାନ କୁମ୍ବିଂ ଅପରେସନ୍ କରୁଥିବା ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ପୋଲିସକୁ ଟାର୍ଗେଟ କରି ମାଓବାଦୀ ଏହାକୁ ଡମ୍ପିଂ କରି ରଖିଥିବା ଜଣାପଡିଛି ।