ସ୍ୱାମୀଙ୍କ ଲିଭର ନଷ୍ଟ ହୋଇ ଯାଇଛି, ସାହାଯ୍ୟ ପାଇଁ ସ୍ତ୍ରୀ କରୁଛନ୍ତି ଆକୁଳ ନିବେଦନ

ଚାନ୍ଦବାଲି (କେନ୍ୟୁଜ) : ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅନ୍ତୁ ଆଜ୍ଞା। ମୋ ସିନ୍ଦୁରକୁ ରକ୍ଷା କରନ୍ତୁ । ଆପଣମାନେ ଚାହିଁଲେ ହିଁ ମୋ ସ୍ୱାମୀକୁ ବଞ୍ଚାଇ ପାରିବେ। ବହୁତ ଚେଷ୍ଟା କରି ଶେଷରେ ଆପଣଙ୍କୁ ନେହୁରାହେଉଛି ଆଜ୍ଞା, ମୋତେ ସାହାଯ୍ୟ କରନ୍ତୁ ମୋ ଶଙ୍ଖା ସିନ୍ଦୁରକୁ ରକ୍ଷା କରନ୍ତୁ। ମୋ ପାଖରେ ସମ୍ବଳ ବୋଲି ଆଉ କିଛି ନାହିଁ, ସ୍ୱାମୀଙ୍କ ଚିକିତ୍ସା ପାଇଁ ସବୁ ବିକି ଭାଙ୍ଗି ସାରିଲିଣି। ଏବେ ସବୁକିଛି ହରାଇ ନିରାଶ ହୋଇ ଆପଣଙ୍କ ସାହାଯ୍ୟ ଲୋଡୁଛି। ବଞ୍ଚାଇ ଦିଅ ମୋ ସ୍ୱାମୀଙ୍କୁ, ବଞ୍ଚାଇ ଦିଅ….।

ଏ ମହିଳାଙ୍କ ବୁକୁ ଫଟା କାନ୍ଦ ଆଉ ସହାୟତା ପାଇଁ ତାଙ୍କ ଗୁହାରୀ ଶୁଣିଲେ ଆଖିକୁ ଲୁହ ଆସି ଯାଉଛି । ନିଜ ସ୍ୱାମୀଙ୍କ ଚିକିତ୍ସା ପାଇଁ ମହିଳା ଜଣକ ଏଭଳି ନେହୁରା ହେଉଛନ୍ତି । କାରଣ ସବୁଆଡୁ ହତାଶ ହୋଇ ଗଲେଣି। କାହିଁକିନା ସବୁ ଚେଷ୍ଟା ତାଙ୍କର ବିଫଳ ଗଲାଣି। ଆଉ ସରିଗଲାଣି ସବୁ ସମ୍ବଳ । ଶେଷରେ ନିଜ ସ୍ୱାମୀଙ୍କୁ ଭଲ କରିବା ପାଇଁ ଲୋଡିଛନ୍ତି ଜନସାଧାରଣଙ୍କ ସାହାଯ୍ୟ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତର ବାସିନ୍ଦା ହେଉଛନ୍ତି ସମର ପାଢ଼ୀ । ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି। ଲିଭର ନଷ୍ଟ ହୋଇ ଯାଇଛି ନୂଆ ଲିଭର ପାଇଁ ପାଖାପାଖି ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।

ଓଡିଶାରେ ସବୁ ମେଡିକାଲରେ ନିରାଶ ହୋଇ ସ୍ୱାମୀଙ୍କୁ ସିନା ହାଇଦ୍ରାବାଦ ନେଇଗଲେ କିନ୍ତୁ ଚିକିତ୍ସା ପାଇଁ ଡାକ୍ତରଙ୍କ ଠାରୁ ଏତେ ଟଙ୍କା ଦରକାର ହେବ ଶୁଣି ପାଦ ତଳୁ ମାଟି ଖସିଗଲା ସ୍ତ୍ରୀ ସସ୍ମିତାଙ୍କର। କଣ କରିବେ ନାହିଁ ଭାବି ଶେଷରେ ଉପାୟ ଶୂନ୍ୟ ହୋଇ ମାଗିଛନ୍ତି ଆପଣଙ୍କ ସାହାଯ୍ୟ। କାନ୍ଦି କାନ୍ଦି ଭିଡିଓ ବାର୍ତ୍ତା ଜରିଆରେ ସହାୟତା ଲୋଡିଛନ୍ତି।

ଆପଣମାନଙ୍କ ସାହାଯ୍ୟ ମିଳିଲେ ତାଙ୍କ ସ୍ୱାମୀ ଭଲ ହୋଇପାରନ୍ତେ ବୋଲି ସେ ଭିଡିଓରେ କାନ୍ଦି କାନ୍ଦି ଗୁହାରି କରିଛନ୍ତି। ତାଙ୍କର ବିଶ୍ୱାସ, ଏହା ପୂର୍ବରୁ ଓଡିଶାବାସୀ ସାହାଯ୍ୟ କରି ଅନେକଙ୍କ ଜୀବନ ବଞ୍ଚାଇଛନ୍ତି। ତେଣୁ ତାଙ୍କୁ ମଧ୍ୟ ନିଜର ସିନ୍ଦୁର ବଞ୍ଚାଇବାକୁ ସାହାଯ୍ୟ ସମର୍ଥନ ଦିଅନ୍ତୁ ବୋଲି ସ୍ତ୍ରୀ ସସ୍ମିତା କହିଛନ୍ତି । ଆମେ ଆପଣମାନଙ୍କ ନିକଟରେ ଖବର ପହଞ୍ଚାଇଛୁ ଆଉ ନିବେଦନ କରିଛୁ ସହାୟତା ପାଇଁ । ଆପଣମାନେ ସବୁବେଳେ ଏହି ଅସହାୟଙ୍କ ପାଇଁ ସାହାରା ପାଲଟିଛନ୍ତି । ଏବେବି ଆପଣମାନଙ୍କ ସହଯୋଗ ସସ୍ମିତାଙ୍କ ସିନ୍ଦୁର ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ଆମେ ଆଶା କରୁଛୁ ।

ସମର ପାଢ଼ୀଙ୍କୁ ସହାୟତା ପାଇଁ ଯୋଗାଯୋଗ କରନ୍ତୁ 

Samar padhi
Ac no-379501000002986
Ifcs code – IoBAOOO3795

ADDRESS
NAME-Samar padhi
At/po- Aradi
Dist Bhadrak
Pin 756138

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.