ଆସାମ ପାଇଁ ହାତ ବଢାଇଲା Jio, ନିଜର ଏହି ଉପୋଭୋକ୍ତାଙ୍କୁ ଚାରିଦିନ ପାଇଁ ମାଗଣାରେ ଦେଉଛି ଡାଟା

ଯଦି ଆପଣ ଜିଓ ଗ୍ରାହକ ଓ ଆପଣ ଆସାମରେ ରହୁଛନ୍ତି। ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଚାରି ଦିନ ପାଇଁ ଆସାମର ଗ୍ରାହକଙ୍କୁ ମାଗଣା ଡାଟା ଏବଂ କଲିଙ୍ଗ ସହିତ ପ୍ରତିଦିନ 1.5 ଜିବି ଡାଟା ଦେବାକୁ ଜିଓ ଘୋଷଣା କରିଛି। ଆସାମରେ ବର୍ଷା ହେତୁ ପ୍ରବଳ ବନ୍ୟା ପରେ ଜିଓ ଟିମ୍ ଏପରି ନିଷ୍ପତ୍ତି ନେଇଛନ୍ତି। ଆସାମର ଡିମା ହାସାଓ, କାର୍ବି ଆଙ୍ଗ୍ଲୋଙ୍ଗ ଇଷ୍ଟ, କାର୍ବି ଆଙ୍ଗ୍ଲୋଙ୍ଗ ୱେଷ୍ଟ, ହୋଜଇ ଏବଂ କଛାର ସମେତ ବିଭିନ୍ନ ଜିଲ୍ଲାରେ ରହୁଥିବା ଲୋକମାନେ ରିଲାଏନ୍ସ ଜିଓ ପକ୍ଷରୁ ଏକ କମ୍ପ୍ଲିମେଣ୍ଟାରି ଯୋଜନା ପାଇବେ ଯାହା ଚାରି ଦିନ ପାଇଁ ଅସୀମିତ କଲିଂ ସୁବିଧା ଓ ଫ୍ରି ଡାଟା ଯୋଗାଇବ।

ଜିଓ ଏହି ଅଞ୍ଚଳରେ ରହୁଥିବା ଗ୍ରାହକଙ୍କୁ ଏ ବାବଦରେ ଏକ ବାର୍ତ୍ତା ପଠାଇଛି। ସମସ୍ତ ଗ୍ରାହକଙ୍କ ନମ୍ବରକୁ ଚାରି ଦିନ ପାଇଁ ମାଗଣା ସେବା ଥିବା ପ୍ଲାନ୍ ଆକ୍ଟିଭ କରିବ। ଏହି ସେବାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ କୌଣସି ମାନୁଆଲ ଆକ୍ଟିଭେସନ୍ ଦରକାର ନାହିଁ। ଗ୍ରାହକଙ୍କ ଫୋନ୍ ନମ୍ୱରରେ ଏହି ସେବା ସ୍ୱୟଂଚାଳିତ ଭାବରେ ଆକ୍ଟିଭ୍ ହେବ ବୋଲି ଜିଓ ଟିମ୍ ପକ୍ଷରୁ କୁହାଯାଇଛି।

ତେବେ ବନ୍ୟା ଯୋଗୁଁ ଆସାମର ଅବସ୍ଥା ବିଗିଡି ଯାଇଛି। ବନ୍ୟା ପ୍ରଭାବ ବର୍ତ୍ତମାନ ୨୯ ଟି ଜିଲ୍ଲାକୁ ବ୍ୟାପିଛି ଏବଂ ଏପର୍ଯ୍ୟନ୍ତ ସାତ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ନଅ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଗୁରୁବାର ଦିନ କହିଛି ଯେ ବର୍ତ୍ତମାନ ସୁଦ୍ଧା ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୭ ଲକ୍ଷ ୧୭ ହଜାର ୪୬ ଲୋକ ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ବନ୍ୟା ଜଳ ୧୪୧୩ ଟି ଗାଁରେ ପ୍ରବେଶ କରିଛି। ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ହେଉଛି ନୌଗାଓଁ, ଯେଉଁଠାରେ ପ୍ରାୟ ୨. ୮୮ ଲକ୍ଷ ଲୋକ ଏହି ବିପଦର ସମ୍ମୁଖୀନ ହେଉଛନ୍ତି। ଏହା ସହିତ, କଛାରରେ ୧.୨ ଲକ୍ଷ ଲୋକ ଏବଂ ହୋଜାଇରେ ଏକ ଲକ୍ଷ ସାତ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ଆସିଥିବା ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ତେବେ Jio ର ଏପରି ନିଷ୍ପତ୍ତିକୁ ଅନେକ ମହଲରୁ ପ୍ରଶଂସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.