ଘନଉଛି ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ, ସୋସିଆଲ ମିଡିଆ ପେଜ୍‌ ଆଡ୍‌ମିନକୁ ଖୋଜିବ ପୋଲିସ

କଟକ(କେନ୍ୟୁଜ୍):  ଘନଉଛି ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ । ବର୍ଷାଙ୍କ ଏତଲା ପରେ ଅନୁଭବ ଭିଡିଓ ଜାରି ନ କରି ବର୍ଷାଙ୍କୁ ଫେସବୁକ ଲେଖା ମଧ୍ୟରେ ଟାର୍ଗେଟ କରିଛନ୍ତି । ବର୍ଷା ନିଜେ ପଛରେ ରହି ତାଙ୍କ ଫ୍ୟାନ ପେଜଗୁଡ଼ିକ ଜରିଆରେ ତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି ଅନୁଭବ । ଅନୁଭବ ଲଗାତର ୩ଟି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରି ବର୍ଷାଙ୍କୁ ଟାର୍ଗେଟ କରିଥିଲେ । ଏହାକୁ ବିରୋଧ କରି ବର୍ଷା ଗତକାଲି ସାଇବର ଥାନାରେ ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଥିଲେ ।

ତେବେ ସୋସିଆଲ ମେଡିଆର ସେହି ପେଜର ଆଡ୍‌ମିନ କିଏ ତାକୁ ଖୋଜିବ ସାଇବର ଥାନା ପୋଲିସ । ଏ ସମ୍ପର୍କରେ ସଂପୃକ୍ତ ସୋସିଆଲ ମେଡିଆକୁ ମଧ୍ୟ ଚିଠି କରିବ ପୋଲିସ । ଏହି ଭିଡିଓ କେଉଁଠାରୁ ପାଇଲେ ଓ ତାହା ସୋସିଆଲ ମେଡିଆରେ କିଏ ଛାଡିଲେ ସେ ସମ୍ପର୍କରେ ପଚରାଉଚରା କରାଯିବ ।

ସାଇବର ଥାନାରେ ବର୍ଷା କରିଥିବା ଏତଲାରେ ଦର୍ଶାଇଥିଲେ, ସୋସିଆଲ୍‌ ମିଡିଆରେ ତାଙ୍କ ନାଁରେ ଅରୁଚିକର ମନ୍ତବ୍ୟ ପୋଷ୍ଟ ହେଉଛି । ତାଙ୍କ ଛବି ଖରାପ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପେଜ୍‌ ଏବଂ ଆଇଡିରୁ ଅରୁଚିକର ମନ୍ତବ୍ୟ ପୋଷ୍ଟ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.