ମା’ କୁ ନିର୍ମମ ଭାବେ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ମାନସିକ ବିକୃତ ଥିବା ପୁଅ…

କନ୍ଧମାଳ (କେନ୍ୟୁଜ): ପୁଅର କାଠ ଫାଳିଆ ମାଡ଼ରେ ମାର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସଦର ମହକୁମା ଅନ୍ତର୍ଗତ ବିଡ଼ାଙ୍ଗୀ ସାହିରେ।

ସୂଚନ ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଡ଼ାଙ୍ଗୀ ସାହିରେ ମା କସ୍ତୁରୀ କହଁର ଓ ପୁଅ ଜୀତେନ୍ଦ୍ର କହଁର ଝିଅ କଳ୍ପନା କହଁର ରହି ଆସୁଥିଲେ।ପୁଅ ଜିତେନ୍ଦ୍ର କହଁର ମାନସିକ ବିକାର ଗ୍ରସ୍ତ ହୋଇ ଥିବାରୁ ଯାହାକୁ ବି ଦେଖିଲେ ରାସ୍ତାରେ ବାଡ଼ିଆ ପିଟା କରୁଥିଲା। ସେଥି ପାଇଁ ମା କସ୍ତୁରୀ ପୁଅକୁ ନେଇ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ।

ଗତ ଦୁଇ ଦିନ ତଳେ ନିଜ ଘରକୁ ଫେରିଥିଲେ। କିନ୍ତୁ ରଜେନ୍ଦ୍ର ସ୍ୱାସ୍ଥ୍ୟ ଅବସ୍ତା ଠିକ୍ ନଥିବାରୁ ହାତକୁ ବାନ୍ଧି କରି ରଖାଯାଇଥିଲା। ପୁଅର ଔଷଧ ଆଣିବା ପାଇଁ ଭଉଣୀ କଳ୍ପନା ବାହାରକୁ ଯାଇଥିବା ବେଳେ ମା ପୁଅର ହାତ ଖୋଲି ଦେଇଥିଲେ। ପୁଅ ହଠାତ୍ କାଠ ଫାଳିଆ ଉଠାଇ ମାଁ ର ମୁଣ୍ଡକୁ ଜୋରରେ ଆଘାତ ଦେଇଥିଲା। ମା କସ୍ତୁରୀ ଗୁରୁତର ହୋଇ ସେଠାରେ ହି ପଡିଯାଇ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ପରେ ସ୍ତାନୀୟ ଲୋକେ ପୁଲିସକୁ ଖବର୍ ଦେବା ପରେ ଫୁଲବାଣୀ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ମା ଶରୀରକୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅଭିଯୁକ୍ତ ପୁଅକୁ ଗିରଫ କରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.