ରୁବୈୟା ସୟଦ୍‌ଙ୍କୁ ତାଙ୍କ ଅପହରଣ ମାମଲାରେ ସିବିଆଇ କୋର୍ଟଙ୍କ ସମନ; ଜୁଲାଇ ୧୫ରେ ହାଜର ହେବାକୁ ନିର୍ଦ୍ଦେଶ

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟଦ୍‌ଙ୍କ ଝିଅ ରୁବୈୟା ସୟଦ୍‌ଙ୍କୁ ସିବିଆଇ କୋର୍ଟ ସମନ ପଠାଇଛି। ୧୯୮୯ ମସିହାରେ ତାଙ୍କ ଅପହରଣ ସହ ଜଡ଼ିତ ମାମଲାରେ ରୁବୈୟାଙ୍କୁ ଜୁଲାଇ ୧୫ରେ ହାଜର ହେବାକୁ ସମନ ଜାରି କରାଯାଇଛି।

ତେବେ ଏହା ପ୍ରଥମ ଥର ଯେ ରୁବୈୟା ସୟଦ୍‌ଙ୍କୁ ଏହି ମାମଲାରେ ହାଜର ହେବାକୁ କୁହାଯାଇଛି। ରୁବୈୟା ଅପହରଣ ମାମଲାରେ ୟାସିନ ମଲିକ ଅଭିଯୁକ୍ତ ଅଛନ୍ତି। ନିକଟରେ ସୁପ୍ରିମ୍‌ କୋର୍ଟ ୟାସିନ ମଲିକଙ୍କୁ ଆତଙ୍କୀ ଫଣ୍ଡିଙ୍ଗ୍‌ ମାମଲାରେ ଆଜୀବନ ଦଣ୍ଡ ଶୁଣାଇଛନ୍ତି।

ରୁବୈୟା ସୟଦ୍‌ ବର୍ତ୍ତମାନ ସମୟରେ ତାମିଲନାଡ଼ୁରେ ରହୁଛନ୍ତି। ସେ ସିବିଆଇ ଦ୍ୱାରା ଅଭିଯୋଜନ ସାକ୍ଷୀ ରୂପେ ତାଲିକାଭୁକ୍ତ ଅଛନ୍ତି। ସିବିଆଇ ୧୯୯୦ ମସିହା ପ୍ରାରମ୍ଭରେ ଏହି ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଥିଲା।

Leave A Reply

Your email address will not be published.